

ବ୍ରହ୍ମପୁର (ସମୃଦ୍ଧ ଓଡିଶା)ଦୀର୍ଘଦିନ ଅନ୍ତରାଳରେ ଏକ ସୁଦକ୍ଷ ଗଞ୍ଜାମଜିଲ୍ଳା ଶିକ୍ଷାଧିକାରୀ ନିଯୁକ୍ତ ହୋଇଛନ୍ତି ସେଥିପାଇଁ ଆଜି ଆନନ୍ଦ ଉଲ୍ଲାସରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଶିକ୍ଷକ ଓ କର୍ମଚାରୀ । ଗଞ୍ଜାମ ଜିଲ୍ଲା ପାଇଁ ନୂତନ ଶିକ୍ଷାଧିକାରୀ (ଡିଇଓ) ଅମୁଲ୍ୟ କୁମାର ପ୍ରଧାନ ପୁରୀ ଜିଲ୍ଲାରୁ ଆସି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପାଖାପାଖି ଦଶ ବର୍ଷ ଧରି ଗଞ୍ଜାମରେ ଡିଇଓ ଭାବେ କାର୍ଯ୍ୟ କରି ଥିବା ଡିଇଓ ଡ଼.ସନାତନ ପଣ୍ଡାଙ୍କ ବଦଳି ହେବା ପରେ ଏଡିଇଓ ବିନିତା ସେନାପତି ଦାୟିତ୍ୱରେ ଥିଲେ । ଆଜି ନୂତନ ଡିଇଓ ପ୍ରଧାନ ଭାରପ୍ରାପ୍ତ ଡିଇଓ ବିନିତା ସେନାପତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟରେ ଯୋଗ ଦେବା ପରେ କର୍ମଚାରୀ ମାନେ ସ୍ୱାଗତ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବା ସହ ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ଦୃଷ୍ଟି ଦିଆଯିବ । ଶିକ୍ଷା ବିଭାଗ ଅଧିକାରୀଙ୍କ ସହ ଅତିଶିଘ୍ର ବୈଠକ କରି ଶିକ୍ଷାଦାନ ପ୍ରଣାଳୀ ଏବଂ ସମସ୍ତ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ଶିକ୍ଷାଧିକାରୀ ପ୍ରଧାନ ଏହା ପୂର୍ବରୁ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଭାବେ ଦୁଇ ମାସ କାମ କରିଛନ୍ତି।ସେଠାରୁ ବଦଳି ହେବା ପରେ ଆଜି ସେ କାର୍ଯ୍ୟଭାର ଏଠାରେ ଗ୍ରହଣ କରିଛନ୍ତି । ୧୯୯୯ ଓଇଏସ କୃତ କାର୍ଯ୍ୟ ହେବା ପରେ ରାଉରକେଲାରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସୁନ୍ଦରଗଡ଼ରେ ୨୦୧୩ ରୁ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ଡିପିସି ଭାବେ କାର୍ଯ୍ୟ କରିଥିଲେ । ଏବେ ପୁରୀରେ ଜିଲ୍ଲା ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏହାପୂର୍ବରୁ ସମ୍ବଲପୁର, ବଲାଙ୍ଗୀର, ସୋନପୁର ପ୍ରମୁଖ ଜିଲ୍ଲାରେ କାର୍ଯ୍ୟ କରି ଦକ୍ଷ ଶିକ୍ଷା ପ୍ରଶାସକ ଭାବେ ପ୍ରଶଂସା ପାଇ ଆସିଛନ୍ତି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିକ୍ଷା ଓ ଶିକ୍ଷକ ମହଲରେ ପ୍ରଶଂସନୀୟ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

