ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତରେ ଦୀର୍ଘ ଦିନ ଧରି ବିଦ୍ୟୁତ ସମସ୍ୟା ଦେଖା ଦେବାରେ ଲାଗିଛି । ଗ୍ରାମରେ କୌଣସି ବିଦ୍ୟୁତ ବିଭାଗ କର୍ମଚାରୀ ରହୁ ନ ଥିବା ଯୋଗୁ ବିଦ୍ୟୁତ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗ୍ରାମର ଲୋକମାନଙ୍କ କହିବା ଅନୁସାରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ସମସ୍ୟା ଜାଗାକୁ ନ ଆସି ଗ୍ରାମର କେତେକ ଲୋକମାନଙ୍କୁ କିଛି ଟଙ୍କା ଦେଇ ବିପଦ ଆଡକୁ ପଠାଉଥିବା ଜଣାପଡ଼ିଛି । ଦୁଇ ବର୍ଷରେ ଦୁଇ ଜଣ ନିରୀହ ବ୍ୟକ୍ତି ବିଦ୍ୟୁତ କାମ କରିବାକୁ ଯାଇ ନିଜ ଜୀବନ ହରାଇ ଛନ୍ତି ଏବଂ ଏକ ଗାଈ ବିଦ୍ୟୁତ ତାର ଲାଗି ମରିଛି । ଗାଇବା ଗ୍ରାମରେ ଏ ଭଳି ସମସ୍ୟା ଦେଖା ଯାଉଛି କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ବେଖାତିରି ହୋଇ ରହୁଛନ୍ତି । ତାରକୁ ତାର ଲାଗି ମେଇନ ରୋଡ଼ରେ ନିଆଁ ଲାଗୁଛି କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀମାନଙ୍କୁ ଅଭିଯୋଗ ଦେଇ ଏକ ସପ୍ତାହ ହେଇ ଗଲାଣି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାଁନ୍ତି ବୋଲି ଅଭିଯୋଗ କରାଯାଇଛି ଏବଂ ବିଦ୍ୟୁତ ବିଭାଗ ତୁରନ୍ତ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରୁ ବୋଲି ଦାବି କରାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା