ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘବର୍ଷ ଧରି ଜଳେଶ୍ୱର ବ୍ଲକର ବର୍ତ୍ତନା ଓ ପଶ୍ଚିମବାର୍ଡ ଠାରେ ବେଆଇନ୍ ଭାବେ ଚାଲି ଆସୁଥିବା କରତକଳକୁ ଆଜି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଭିଜିଲାନ୍ସ ବିଭାଗର ଏସ୍ପି ସନ୍ତୋଷ କୁମାର ମିଶ୍ର ଓ ବାଲେଶ୍ୱର ଡିଏଫଓ ବିଶ୍ୱନାଥ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ଦିନ ତମାମ ବର୍ତ୍ତନା ଓ ପଶ୍ଚିମବାର୍ଡ ଠାରେ ଥିବା ବେଆଇନ୍ କରତକଳ ଉପରେ ଚଢାଉ କରି ସମସ୍ତ ଆସବାପତ୍ର, ମେସିନ୍ ଓ କେତେକ ବେଆଇନ୍ କାଠକୁ ୨ ବିଭାଗ ପକ୍ଷରୁ ସିଜ୍ କରାଯାଇଛି । ଏହି ୨ଟି କରତକଳ ସମ୍ପର୍କରେ ବହୁ ଅଭିଯୋଗ ହୋଇ ଆସୁଥିଲା । ବନବିଭାଗର ଓ ଭିଜିଲାନ୍ସ କର୍ମଚାରୀ ମାନେ ମିଳିତଭାବେ ଚଢାଉ କଲାବେଳେ କରତକଳର ମାଲିକମାନେ ଫେରାର ହୋଇଥିବା ଜଣାଯାଇଛି । ଭିଜିଲାନ୍ସ ଇନସ୍ପେକ୍ଟର ଶ୍ୟାମସୁନ୍ଦର ସିଂ, ଜଳେଶ୍ୱର ବନବିଭାଗ ରେଞ୍ଜର ଦେବେନ୍ଦ୍ରନାଥ ପାତ୍ର, ଚାନ୍ଦିପୁର ରେଞ୍ଜର ବିବେକାନନ୍ଦ ଜେନାଙ୍କ ନେତୃତ୍ୱରେ ଭୋର ୬ଟାରେ ଚଢାଉ କଲାବେଳେ କରକଳମଧ୍ୟରେ କେହି କର୍ମଚାରୀ କିମ୍ବା ମାଲିକମାନେ ଉପସ୍ଥିତ ନ ଥିଲେ । ସମସ୍ତ ଯନ୍ତ୍ରାଂଶ ଯନ୍ତ୍ରକୁ ସିଜ୍ କରିଥିବାରୁ ସାଧାରଣରେ ଚର୍ଚ୍ଚା ପାଲଟିଛି ।
ରିପୋର୍ଟ : ଭୂପତି କୁମାର ପରିଡା