
ସମ୍ବଲପୁର (ସମୃଦ୍ଧ ଓଡିଶା)ଓଡିଶା ରାଜ୍ୟରେ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ହେମାନନ୍ଦ ବିଶ୍ୱାଳଙ୍କ ୨ ଝିଅ ଗତ ସାଧାରଣ ନିର୍ବାଚନରେ ଭିନ୍ନ ଭିନ୍ନ ଦଳରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜୟ ହୋଇପାରିଲେ ନାହିଁ । ହେମାନନ୍ଦ ବାବୁ ଜାତୀୟ କଂଗ୍ରେସର ଜଣେ ଜଣାଶୁଣା ନେତା ଥିଲେ । କଂଗ୍ରେସର ରାଜ୍ୟ ସଭାପତି ଓ ରାଜ୍ୟର ଦୁଇ ଥର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ବର୍ତମାନ ତାଙ୍କର ୨ ଝିଅ ଜଣେ କଂଗ୍ରେସରୁ ଆଉ ଜଣେ ବିଜେଡ଼ରୁ ବିଧାୟକ ପ୍ରାର୍ଥୀନୀ ଭାବେ ଲଢ଼ି ଶୋଚନୀୟ ପରାଜୟ ହୋଇଛନ୍ତି । ଏ ନେଇ ସାରାରାଜ୍ୟରେ ବୁଦ୍ଧିଜୀବୀ ଚର୍ଚ୍ଚା ଜୋର ଧରିଛି ।