
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗ୍ରାମ ପଞ୍ଚାୟତର ବାଲିଆ ପଟା ଫିୟୁଜ ସେଣ୍ଟରରେ ଇଲେକ୍ଟ୍ରିକ କାମ କଲାବେଳେ ଦୁର୍ଘଟଣା ଘଟି ପଞ୍ଚାନନ ରାୟଗୁରୁ ନାମକ ଜଣେ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ରାୟଗୁରୁ ଫିୟୁଜ ସେଣ୍ଟର କାମ କରୁଥିବା ବେଳେ କୌଣସି କାରଣରୁ ସଟ୍ସସର୍କିଟ ଘଟି ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ସଂଗେ ସଂଗେ ୧୦୮ ଆବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତି କରାଯାଇଥିଲା । ଦୁର୍ଘଟଣାରେ ତାଙ୍କର ୨ହାତ ପୋଡି ଯାଇଛି । ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।
ରିପୋର୍ଟ – ନିଲୁ ବିଷୋୟୀ