
varanasi - uttar pradesh - india
ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ହରେକୃଷ୍ଣ ଘୋଷଙ୍କର ୬୩ ବର୍ଷ ବୟସରେ ଆଜି କଟକର ଅଶ୍ୱିନୀ ହସ୍ପିଟାଲରେ ଚୀକୀତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଗତ ୧୪ ତାରିଖରେ ଜଳେଶ୍ୱରସ୍ଥିତ ବାସଭବନର କୋଠାକୁ ଚଢୁଥିବା ବେଳେ ଗୋଡ ଖସିଯିବାରୁ ପଡିଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ଥିବାରୁ ତାଙ୍କୁ ପ୍ରଥମେ ଜିକେଭଟ୍ଟର ହସ୍ପିଟାଲ, ପରେ ବାଲେଶ୍ୱର ସଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସଂଜ୍ଞା ନ ଫେରିବାରୁ କଟକର ଅଶ୍ୱିନୀ ହସ୍ପିଟାର ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । କିନ୍ତୁ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ସେ ଦୀନକୃଷ୍ଣ କଲେଜର ଛାତ୍ର ଥିଲେ ଓ ପରେ ସେଠାରେ ଅଧ୍ୟାପକ ଓ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଥିଲେ । ଏହା ପୂର୍ବରୁ ସେ ଭୋଗରାଇସ୍ଥିତ ଆର୍ଆଇଏଚ୍ସିର ଅଧ୍ୟକ୍ଷଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଆଜି ତାଙ୍କର ମୃତ୍ୟୁ ଖବର ପାଇ ଜଳେଶ୍ୱର ଓ ଭୋଗରାଇ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁରେ ଜଳେଶ୍ୱର ବିଧାୟକ ତଥା କଲେଜ ସଭାପତି ଅଶ୍ୱିନୀ କୁମାର ପାତ୍ର, ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ପୂର୍ବତନ କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ଚରଣ ପାତ୍ର, ପ୍ରଫୁଲ୍ଲ କୁମାର ପାଠୀ, ବିକ୍ରମ କୁମାର ମହାନ୍ତି, ରାଧାରଂଜନ ସାହୁ, କାର୍ତ୍ତିକ ଚନ୍ଦ୍ର ଦାସ, ଅଦ୍ୟାପକ ନବକୁମାର ଦେ, ଦୀନକୃଷ୍ଣ କଲେଜର ଅଧ୍ୟାପକ, କର୍ମଚାରୀ, ବହୁ ଛାତ୍ର ଓ ବଂଧୁ ଏବଂ ନବଗଠିତ ଜଳେଶ୍ୱର ବିକାଶ କମିଟିର ବୈଠକରେ ଶୋକ ପ୍ରକାଶ କରାଯାଇଛି । ତାଙ୍କର ଏକମାତ୍ର ପୁଅ ଡାକ୍ତର ଥିବା ବେଳେ ଏକମାତ୍ର ଝିଅ ଆଇ ଆଇ ଟି କଲେଜରେ ପ୍ରଫେସରଭାବେ କାର୍ଯ୍ୟ ତୁଲାଉଛନ୍ତି । ବିଧବା ପତ୍ନୀ ଓ ପୁଅଝିଅ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା