ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅଧିନ ଅଗ୍ରଣି ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ ଦ୍ବାରା ଆଜି ଦୁର୍ଘଟଣାରେ ବାପା ମୃତ ହୋଇଥିବା ବେଳେ ମା ମାନସିକ ଭାରସାମ୍ୟ ହରାଇ ଦୁଃଖ ଯନ୍ତ୍ରଣା ରେ ଛଟ ପଟ ହେଉଛି । ବଡ଼ ପୁଅ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଅଛନ୍ତି।ବେଶ ହସ ଖୁସିରେ ଚାଲି ଥିଲା ପରିବାର । ସମୟ ଚକ୍ରରେ ଅଚାନକ ଏହି ପରିବାରକୁ ଦୁଃଖର କଳା ବାଦଲର ଛାଇ ଘୋଟି ଆସିଲା । ପ୍ରକୃତରେ ଏହି ଘଟଣାଟି ହେଉଛି, ବାଲେଶ୍ଵର ଜିଲ୍ଲାର ବାଲିଆପାଳର ଡଗରା ଗ୍ରାମର ସ୍ଵାଗତିକା ଜେନାଙ୍କ ପରିବାରରେ । ପରିବାରର ସମସ୍ତ (ମେମ୍ବର ୪ଜଣ) ସ୍ଵାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ନିଜର ମଟର ସାଇକେଲ ଦ୍ଵାରା ବସ୍ତା ଚିକିତ୍ସାଳୟକୁ ଯାଉଥିଲେ । ରାସ୍ତାରେ ଯିବା ସମୟରେ ଗାନ୍ଧି ଛକ ଠାରେ ଅଚାନକ ଗୋଟିଏ ଚାରି ଚକିଆ ଯାନ ଦୃତ ଗତିରେ ଆସି ଏହି ମଟର ସାଇକେଲ ସହିତ ଦୁର୍ଘଟଣା କରାଇ ଚାରିଚକିଆ ଯାନଟି ଫେରାର ହୋଇ ଯାଇଥିଲା । ଦୁର୍ଘଟଣାରେ ପରେ ପରେ ସେଇ ସ୍ଥାନରେ କିଛି ସମୟପରେ ଗାଡ଼ି ଚାଳକ ଉପେନ୍ଦ୍ର ଜେନା ବୟସ (୩୩)ଙ୍କ ଦେହାନ୍ତ ହୋଇ ଯାଇଥିଲା । ସାଙ୍ଗରେ ଥିବା ବଡ଼ ପୁଅ ମାନଗୋବିନ୍ଦ ଜେନା ବୟସ(୯) ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା ତାକୁ ତୁରନ୍ତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଭଲ ନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିଲା ଓ ସେଠାରେ ସେ ବର୍ତ୍ତମାନ ଚିକିତ୍ସାଧିନ ଅଛନ୍ତି । ସାନ ପୁଅ ମାଧବ ଜେନା ଗାଡ଼ିରୁ ଛିଟିକି ଯାଇ ବଣ ବୋଦାରେ ଛନ୍ଦି ହୋଇ ରହି ଯାଇଥିଲେ ଓ ମୃତ ଉପେନ୍ଦ୍ରଙ୍କ ଧର୍ମ ପତ୍ନୀ ଏହି ଘଟଣା ଦେଖି ସେ ମାନସିକ ଭାରସାମ୍ୟ ହରାଇ ଆଖିରେ ଲୁହ ଗଢାଇବା ଛଡ଼ା ଆଉ କିଛି ରାସ୍ତା ନ ଥିଲା । ଅପର ପକ୍ଷରେ ଘରେ ବୃଦ୍ଧା ମାଆ ଏହି ଘଟଣା ସହି ନ ପାରି କାନ୍ଦି କାନ୍ଦି ଚେତା ଶୁନ୍ୟ ହରାଇ ବସିଛନ୍ତି କାରଣ ପୁଅ ଉପେନ୍ଦ୍ର ତାଙ୍କର ସବୁ କିଛି ଥିଲେ । ଏହି ପରିପ୍ରେକ୍ଷୀରେ ଏହି ହୃଦୟ ବିଦାରକ ଘଟଣା ସମ୍ପର୍କରେ ସେଠାକାର ଗ୍ରାମବାସି ବିଜୟ କୁମାର ମହାନ୍ତି ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଜଣାଇଲା ପରେ ଜନସେବାକୁ ମହାନ ବ୍ରତ ବୋଲି ଭାବି ହେଲ୍ପ ଫର ୟୁ ଫାଉଣ୍ଡେସନର ସମସ୍ତ ସଦସ୍ୟ, ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଦେହାନ୍ତ ହୋଇ ଥିବା ଉପେନ୍ଦ୍ର ଜେନାଙ୍କର ଅନ୍ତେଷ୍ଟି କ୍ରିୟା ଓ ବଡ଼ ପୁଅ ମାନଗୋବିନ୍ଦ ଜେନାର ଚିକିତ୍ସା ପାଇଁ ସଙ୍ଗଠନ ର ସକ୍ଷମ ଅନୁସାରେ ଆର୍ଥିକ ସହାୟତା ୭ ହଜାର ପ୍ରଦାନ କରିବା ସହିତ କିଛି ରେସନ ସାମଗ୍ରୀ, ପନିପରିବା, ମୁଢ଼ି, ଚାଉଳ, ପରିବାରକୁ ନୂତନ ବସ୍ତ୍ର ପ୍ରଦାନ କରିଛନ୍ତି । କାରଣ ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ହୋଇ ଥାଏ । ସଙ୍ଗଠନର ଏଭଳି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରା ଯାଇଅଛି ।
ରିପୋର୍ଟ : ଭୂପତି ପରିଡା