ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଛତ୍ରପୁର ବ୍ଲକ ଘେରାଉ

ଛତ୍ରପୁର(ସମୃଦ୍ଧ ଓଡିଶା) ରାଜ୍ୟ ରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଅଫିସ ଘେରାଉ କରାଯାଇଛି । ଅନୁସୂଚିତ ଜାତି ସେଲ୍ ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତ୍ତୃତ୍ୱରେ ଶହସ୍ରାଧିକ ଚାଷୀ, ମୂଲିଆ, ମହିଳା, ନେତା ଓ କର୍ମୀଙ୍କ ସମେତ ବିଜେପି ଦଳୀୟ ନେତ୍ତୃତ୍ୱରେ ବ୍ଳକ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛତ୍ରପୁର ବ୍ଳକ୍ କାର୍ଯ୍ୟାଳୟରେ ନରେଗା ଯୋଜନା,ରାସ୍ତାଘାଟ, ପାନୀୟ ଜଳ, ଜଳ ସେଚନ ଯୋଜନା, ଗ୍ରାମ୍ୟ ଉନ୍ନୟନ ଯୋଜନା ଆଦିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜ଼ିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପୂର୍ବତନ ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ପ୍ରଶାନ୍ତ କର, ପଦ୍ମ ଚରଣ ସାହୁ, ଆଡଭୋକେଟ ପ୍ରଦୀପ କୁମାର ପାଢ଼ୀ,ଛତ୍ରପୁର ଏନ. ଏ. ସି. ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରେ କିପରି ଦୁର୍ନୀତି କରିଛନ୍ତି, ସେ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ l ଗଞ୍ଜାମ ଜ଼ିଲ୍ଲାର ବିଭିନ୍ନ ବ୍ଲକ ଅଫିସରେ ଚାଲିଥିବା ୫୦ ପ୍ରତିଶତ ପି.ସି. କାରବାର ଏବଂ ଛତ୍ରପୁର ବ୍ଲକ ତା’ର ଜ୍ୱଳନ୍ତ ଉଦାହରଣ ବୋଲି ଉଦବେଗର ସହ କହିଥିଲେ l ଆବାସ ଯୋଜନା ରେ କିପରି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛି, ରାସନ କାର୍ଡ ପୋର୍ଟାଲ ସାଇଡ ଦୀର୍ଘ ତିନି ବର୍ଷ ହେଲା ରାଜ୍ୟ ସରକାର ବନ୍ଦ କରିଛନ୍ତି । ସେ ସମ୍ପର୍କ ରେ କହିଥିଲେ ନେତୃମଣ୍ଡଳୀ l ୧ ଲକ୍ଷ କୋଟି ରୁ ଉର୍ଦ୍ଧ ବାଲି ସ୍କାମ ରେ ଯେଉଁମାନେ ଜଡିତ ସେ ସମ୍ପର୍କ ରେ ମତ ରଖିବା ସହ ଏଥିରେ କେବଳ ବାଲି ମାଫିଆ କୁ ଗିରଫ କରି ଅନ୍ୟମାନଙ୍କୁ ଛାଡି ଦେବା ଠିକ ନୁହେଁ ବୋଲି କହିଥିଲେ l ଜଳସେଚନ କଥା କୁହାଯାଉଛି l ଆଜି ଜ଼ିଲ୍ଲା ରେ ମରୁଡି ପରିସ୍ଥିତି କାହିଁକି ଉପୁଜିଛି ସେ ସମ୍ପର୍କ ରେ ରାଜ୍ୟ ସରକାର ଜବାବ ଦେବା ର ଆବଶ୍ୟକତା ରହିଥିବା କହିଥିଲେ l ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ରେ କିପରି ପୋଖରୀର ଗାର୍ଡ ୱାଲ ଭୁଷୁଡ଼ି ପଡିଲା ତା’ର ତଦନ୍ତ କରାଗଲା ନାହିଁ ବୋଲି କହିବା ସହ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା କୁହା ଯାଇଥିଲା l ଏହି ଅବସରରେ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ବିଡ଼ିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଘେରାଉ ପୂର୍ବରୁ ସ୍ଥାନୀୟ ଅପରବସ ଷ୍ଟାଣ୍ଡ ଠାରୁ ଏକ ବଡ଼ ଧରଣ ର ରାଲି ଛତ୍ରପୁର ସହର ପରିକ୍ରମା କରିଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ବେହେରା, ପ୍ରଫୁଲ୍ଲ ପଣ୍ଡା, ଭୀମ ବେହେରା, ସମ୍ବିତ ରାଉଳ,ଅମରେଶ ମହାରଣା,ଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା