ଦୁର୍ବୁତ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ଗ୍ରାମବାସୀ

ଛତ୍ରପୁର (ନିମାଇଁ ଚରଣ ପଣ୍ଡା)ସତ୍ୟନାରାୟଣ ତିୱାରୀ ନାମକ ଜଣେ ବ୍ୟକ୍ତିଙ୍କୁ ତିନିଗୋଟି ବାଇକରେ ଆସି ୬ଜଣ ଯୁବକ ଦାଦାବଟି ମାଗିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ । ତାଙ୍କ ଭାଇ ମନରଞ୍ଜନ ତିୱାରୀ ସେଠାକୁ ଆସି ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । କୌଣସି କାରଣ ନଥାଇ ସେଇ ଗାଁର ଟୁକୁନା ପୁରୋହିତଙ୍କୁ ସେ ଘଟଣା ସ୍ଥଳକୁ ଡାକିବାକୁ କହିଥିଲେ । ଟୁକୁନା ପୁରୋହିତ ମଧ୍ୟ ଆସି ପହଁଚିଯାଇଥିଲେ । ଦୁର୍ବୁତ୍ତ ମାନେ ସେ ସମସ୍ତଙ୍କୁ ୫ଲକ୍ଷ ଟଙ୍କା  ଦାଦାବଟି ଦେବାକୁ ବାଧ୍ୟକରିଥିଲେ । ନଦେଲେ ଜୀବନରେ ମାରିଦେବାକୁ ଧମକ ଦେଲେ । ଏଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ସେ ଗାଁରେ କିଛିସମୟ ପାଇଁ ଆତଙ୍କରାଜ ସୃଷ୍ଟି ହେଲା । ପାଞ୍ଚ ଲକ୍ଷ ନଦେଲେ ବୋମା ପକାଇ ଉଡେଇଦେବାକୁ ମଧ୍ୟ ଧମକ ଦେଲେ । ସେଥିରୁ ତିନିଜଣ ଦୁର୍ବୁତ୍ତ ସେଠାରେ ଥିବା ଏକ ପାଠାଗାର ନିକଟକୁ ଆସି ସାଂସଦ ପ୍ରତିନିଧି ଜଟିଆ ନାହକଙ୍କ ଲୁଗା ଦୋକାନରେ ପଶି ତାଙ୍କୁ ମଧ୍ୟ ଧମକ ଚମକ ଦେଇ ଦାଦାବଟି ପାଇଁ ବାଧ୍ୟକଲେ । ଜଟିଆଙ୍କ ପୁତୁରା ସୁବାସ ନାହାକ ଏହା ଶୁଣି ପ୍ରତିରୋଧ କରିବାରୁ ତାଙ୍କୁ ବି ଆକ୍ରମଣ କଲେ । ଫଳରେ ଗାଁର ସମସ୍ତ ଲୋକେ ମେଳି ହୋଇ ଛତ୍ରପୁର ଥାନାରେ ପ୍ରତିବାଦ କରିବାରୁ ୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ପ୍ରକାଶ ।