ଦୃଷ୍ଟିହୀନ ଅସହାୟଙ୍କୁ ସହାୟତାର ହାତ ବଢାଇଲେ ବୁଗୁଡା ତହସିଲଦାର…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାରେ ପୋଲସରା ନିର୍ବାଚନ ମଣ୍ଡଳୀର ଅନ୍ୟୁନ ପନ୍ଦର ଜଣ ଦୃଷ୍ଟିହୀନ ମହିଳା ଓ ପୁରୁଷ ଦୀର୍ଘ ଦିନ ଧରି ବାଲିପଦର ମଙ୍ଗଳ ଦୀପ କଲୋନୀରେ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରବଚନ କରି ଜୀବିକା ନିର୍ବାହ କରୁଥିଲେ ଏବେ କିନ୍ତୁ ମହାମାରୀ କୋରୋନାର ଲକ୍ ଡାଉନ୍ ପ୍ରଭାବରେ ଆଉ କିଛି କାର୍ଯ୍ୟକ୍ରମ ମିଳିଲା ନାହିଁ । ଫଳରେ ଭୋକ-ଉପାସ ରେ ରହୁଥିବା ଖବର ଭଞ୍ଜନଗର ଉପ-ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜୀ ପାଇଲା ପରେ ତତ୍ କ୍ଷଣାତ୍ ଦୃଷ୍ଟି ହୀନ ମାନଙ୍କୁ ସହାୟତା ଦେବା ପାଇଁ ବୁଗୁଡା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ତହସିଲଦାର ସଂଗ୍ରାମ କେଶରୀ ଜେନା ପର୍ଯ୍ୟାପ୍ତ ପରିମାଣର ଚାଉଳ, ଡାଲି, ଚୁଡା, ବିସ୍କୁଟ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ତହସିଲ୍ କର୍ମଚାରୀ, ବାଲିପଦର ପୋଲିସ ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ, କଲେଜ ଅଧ୍ୟକ୍ଷ ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଯୋଗାଇ ଦେଇଥିଲେ । ଦୃଷ୍ଟିହୀନ ମାନଙ୍କ ଦୁର୍ଦ୍ଦିନ ସମୟରେ କଲୋନୀ ବାସୀ ସେମାନଙ୍କୁ ସହଯୋଗ କରୁଥିବାରୁ ତହସିଲଦାର ଶ୍ରୀ ଜେନା ଖୁସି ବ୍ୟକ୍ତ କରିଥିଲେ । 

ରିପୋର୍ଟ : ଡ଼ଃ କୂମୁଦ ଚନ୍ଦ୍ର ଵେହେରା