

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ପଞ୍ଚାୟତ ନିକଟ ଦେଉଳପଡି ଗ୍ରାମରେ ଗତ ୨ଦିନ ଧରି ମା ଆଦିମାତା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଅଛି । ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ କଳସଯାତ୍ରା ଓ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ହୁମଯଜ୍ଞ, ୫୦୦୦ ଲୋକ ପାଇଁ ପ୍ରସାଦ ସେବନର ବ୍ୟବସ୍ତା ହେଇଥିଲା । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକଙ୍କ ପିତା ଅରକ୍ଷିତ ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦେଉଳପଡି ଗ୍ରାମର ସଭାପତି ରବୀନ୍ଦ୍ର ନାଥ ସ୍ୱାଇଁ, ପ୍ରଫୁଲ୍ଲ ସାମନ୍ତରା, ଯୁଧିଷ୍ଠିର ସାବତ, ବିଜୟ ଜେନା, ବିନୋଦ କୁମାର ଜେନା, କାଳିଆ ବେହେରା, ପି. ସୁରେନ୍ଦ୍ର, ତ୍ରିନାଥ ନାହାକ ଓ ଗ୍ରାମ୍ୟ କମିଟିଙ୍କ ସହ ଗ୍ରାମର ସମସ୍ତ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସହ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ସାନଖେମୁଣ୍ଡିରୁ ପ୍ରଫୁଲ୍ଲ ସାବତ