ଦେଓ ଗାଁରେ ବିଶ୍ଵ ପରିମଳ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗାଁଦିଆ ବ୍ଲକର ଦେଓଗାଁ ସ୍ଥିତ ଚନ୍ଦ୍ରଶେଖର ଉଚ୍ଚ ବହୁମୁଖୀ ଶିକ୍ଷା ନିକେତନରେ ଢେଙ୍କାନାଳ ଶାଖା ତରଫରୁ ବିଶ୍ୱ ପରିମଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଶାଖା ଗ୍ରାମ ଉତଥାନ ସହକାରୀ ପଟେଲ, ପରିଚାଳକ ରଘୁନାଥ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୧୯ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦେଓଗାଁ ଡାକ୍ତରଖାନାର ଚିକିତ୍ସକ ଡାକ୍ତର ଶୁଭଲକ୍ଷ୍ମୀ ମହାପାତ୍ର, ସମ୍ମାନୀତ ଅତିଥି ରୂପେ ଶିକ୍ଷାବିତ ହରିହର ସାହୁ, ବିଦ୍ୟାଧର ପରିଡା, ରୋଜାଲିନ କର, ପ୍ରହ୍ଲାଦ କୁମାର ମିଶ୍ର ଓ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଜ୍ୟୋତ୍ସାରାଣୀ ବାରିକ ଉତଥାନର ଢେଙ୍କାନାଳ ଶାଖା ପରିଚାଳକ କିଶୋର ଚନ୍ଦ୍ର ସୁବୁଦ୍ଧି ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ଦେଓଗାଁର କର୍ମକର୍ତ୍ତା ସଦସ୍ୟ ସହ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି