

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତ ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ୟୁଥ ଏବଂ ଇକୋ କ୍ଳବ ଆନୁକୂଲ୍ୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ସମ୍ବନ୍ଧରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଆଲୋଚନା କରି ଦୈନନ୍ଦିନ ଜୀବନରେ ଗଣିତ କିପରି ମନୁଷ୍ୟକୁ ସାହାର୍ଯ୍ୟ କରୁଛି ସେ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଗଣିତ କୁଇଜରେ ଶ୍ରୀୟା ସୁରୁଚି ଖଟୁଆ ନୂତନ ଆନନ୍ଦ ପତି, ଜଗଦୀଶ ପତି, ରୋଶନ ସାହୁ ଓ ସୋମନାଥ ବାରିକ କୃତିତ୍ୱ ହାସଲ କରିଥିବା ବେଳେ ସମାପ୍ତ ସୂଚକ ଆକଳନ ୧ରେ ଶ୍ରେଣୀର ସର୍ବାଧିକ ଗଣିତରେ ନମ୍ବର ରଖିଥିବା ନୂତନ ଆନନ୍ଦପତି, ଜ୍ୟୋର୍ତିମାୟୀ ବାରିକ, କଲ୍ୟାଣୀ ସାହୁ, ଅଙ୍କିତ ରଞ୍ଜନ ରାଉତ, ଜଗଦୀଶ ପତି, ରୋସନା ସାହୁ ଓ ଶୁଭସ୍ମିତା ବେହେରାଙ୍କୁ ‘ଷ୍ଟାର’ ଉପାଧି ଘୋଷଣା କରାଯାଇଥିଲା । ରାମାନୁଜଙ୍କ ଜୀବନୀ ଉପରେ ବକୃତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଣିତ ପ୍ରଦର୍ଶନୀ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ବୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି