ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗ୍ରାମର କଠପାଉଡ଼ର ହୃଦଘାତ ରୋଗରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ତଥା ଅଗଷ୍ଟ ୧୯ ତାରିଖ ସୋମବାର ରାତ୍ରରେ ରହଲୀଳା ସମ୍ବରଣ କରିଥିଲେ । ସେ ଚିକିତ୍ସା କ୍ଷେତ୍ରରେ ସେବା ମନୋବୃତ୍ତି ଓ କାର୍ଯ୍ୟ ପାଇଁ ଗଁଦିଆ ବ୍ଲକର ଘରେ ଘରେ ସୁପରିଚିତ । ଏହାସହ ସେ ପରୋପକାରୀ ବ୍ୟକ୍ତି ରୁଢ଼ ମନମାନସରେ ଆଦୃତ । ଏଣୁ ତାଙ୍କ ଵିୟୋଗରେ ଦେଓଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ତରଫରୁ ଏକ ଶୋକ ସଭା ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଦିଆଯାଇଥିଲା । ଏହି ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରାଯାଇଥିଲା ବୋଲି ପ୍ରଧାନ ଶିକ୍ଷକ ହରିହର ସାହୁ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି