


ପାରଳାଖେମୁଣ୍ଡି(ସମୃଦ୍ଧ ଓଡ଼ିଶା)ଜନୈକ ମହିଳା ଆଇପିଏସ ପୋଲିସ ଅଫିସର/ ଏସପି ଲୋକଙ୍କୁ ଓ ତାଙ୍କ ବିଭାଗୀୟ କର୍ମଚାରୀଙ୍କୁ ବ୍ୟାୟାମ ଶିକ୍ଷ୍ୟା ଦେଇ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି । ସେ ଯେ କେବଳ ନାଚ ମାଧ୍ୟମରେ ବ୍ୟାୟାମ ଶିକ୍ଷାଦେଇ ଆକର୍ଷଣ ହୋଇନାହାନ୍ତି , ଶୃତି ମଧୁର ଗୀତ ଗାଇବାରେ ମଧ୍ୟ ସେ ଓସ୍ତାଦ । ସେଇଥିପାଇଁ ସେ ଗଜପତି ଜିଲ୍ଲାରେ ଲୋକଙ୍କ ପ୍ରିୟପାତ୍ର ହୋଇଯାଇଛନ୍ତି । ସାଧାରଣ ଲୋକେ ପୋଲିସକୁ ଦେଖିଲେ ଡରନ୍ତି କିନ୍ତୁ ଏହି ମହିଳା ଆଇପିଏସ ଜଣଙ୍କ ଏଭଳି ମାହୋଲ ସୃଷ୍ଟି କରିଛନ୍ତି ତାଙ୍କୁ ଦେଖିବା ପାଇଁ ଲୋକେ ଦୂରଦୂରାନ୍ତରୁ ଆସୁଥିବା ଦେଖିବାକୁ ମିଳିଛି । ସେ ଯେ କେବଳ ନାଚ ଗୀତ ସଙ୍ଗୀତରେ ଓସ୍ତାଦ ନୁହଁନ୍ତି ସେ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଢେର ଓସ୍ତାଦ । ସାଧାରଣ ଲୋକଟିଏ ଆସିଲେ ସିଧାସଳଖ ତାଙ୍କୁ ମିଶି କାର୍ଯ୍ୟ ହାସଲ କରି ନିଅନ୍ତି । ଜିଲ୍ଲା ପୋଲିସ ବିଭାଗର ମୁଖିଆ ହେଲେ ବି ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଧୁ ପାଲଟି ଯାଇଥିବାରୁ ତାଙ୍କ ତଳିଆ ଅଫିସରମାନେ ମଧ୍ୟ ଢ଼େର ଖାତିରି କରୁ ଛନ୍ତି । ସକାଳୁ ସକାଳୁ ତାଙ୍କ ବ୍ୟାୟାମ ଶିକ୍ଷାରେ ଯୋଗଦେବାପାଇଁ ଜିଲ୍ଲା ସ୍ତରୀୟ ଅଫିସର ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ସମାଗମ ବେଶ କୌତୁହଳମୟ ହେଉଛି । ଆଉ ମଧ୍ୟ ଏହି ଚର୍ଚ୍ଚିତ ମହିଳା ପୋଲିସ ଅଧିକାରୀ ଜଣକ କେତେବେଳେ ନାରୀ ସୁରକ୍ଷା କୁ ନେଇ ‘ସି ଟିମ’ ଗଠନ ତ’ କେତେବେଳେ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ପ୍ରସ୍ତୁତ ‘ଉଡାଣ’ କାର୍ଯ୍ୟକ୍ରମ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରି ଜିଲ୍ଲାରେ କାହିଁକି ସାରା ଓଡ଼ିଶାରେ ବେଶ ଚର୍ଚ୍ଚିତ ହୋଇଛନ୍ତି । ଏକ ସପ୍ତାହ ମଧ୍ୟରେ ଦୁଇଥର ଆରବିକ ଡ୍ୟାନ୍ସ ଫିଟନେସ ଫଣ୍ଡା କାର୍ଯ୍ୟକ୍ରମ କରି ଡ୍ୟାନ୍ସ ମାଧ୍ୟମରେ ଲୋକ ଙ୍କୁ ଫିଟ ରହିବା ସହ ସ୍ୱାସ୍ଥ୍ୟ ସେବା ଉପରେ ଶିକ୍ଷ୍ୟା ଦେଇ ବେଶ ଆକର୍ଷିତ ହୋଇଆସିଛନ୍ତି । ଏହି ମହିଳା ଆଇପିଏସ ଅଫିସର ଜଣଙ୍କ ଆଉ କେହି ନୁହଁନ୍ତି ସେ ଗଜପତି ଜିଲ୍ଲାର ପୋଲିସ ଏସପି ମିସ ସାରା ଶର୍ମା । କାର୍ଯ୍ୟକ୍ରମ ଗୁଡିକରେ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ,ଏଏସପି ସୀତାରାମ ଶତପଥୀଙ୍କ ସମେତ ବହୁ ପୋଲିସ କର୍ମଚାରୀ ଓ ସ୍ଥାନୀୟ ବରିଷ୍ଠ ନାଗରିକମାନେ ଯୋଗ ଦେଇ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ପ୍ରତେକ ମଙ୍ଗଳବାର ଓ ଶୁକ୍ରବାର ଦିନ ରେ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ପୋଲିସ ଏସପି ଶର୍ମା ଜଣାଇଛନ୍ତି । ଆସନ୍ତା ଦିନ ରେ ଏହି ଆରବିକ ଡ୍ୟାନ୍ସ ଫିଟନେସ ଫୋଣ୍ଡା ରେ ସମସ୍ତ ପାରଳା ବାସୀ ଯୋଗ ଦେବା ପାଇଁ ପୋଲିସ ଏସପି ଶର୍ମା ଅନୁରୋଧ କରିଛନ୍ତି । ଆସନ୍ତା ଦିନରେ ରାହଜାନୀ ମାଧ୍ୟମ ରେ ବି ଲୋକ ଙ୍କୁ ଏହି ବ୍ୟାୟାମର ଉପକାରିତା ଉପରେ ସଚେତନତା କରାଯାଇ ସମସ୍ତଙ୍କୁ ସାମିଲ ନିମନ୍ତେ ଅନୁରୋଧ କରାଯିବ ବୋଲି ସେ ଦୃଢ଼ ପ୍ରତିଜ୍ଞବଦ୍ଧ ହୋଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା