ଦେବୀପୀଠମାନଙ୍କରେ ଧୁମଧାମରେ ନବରାତ୍ର ପୂଜା ଅନୁଷ୍ଠିତ:ଭକ୍ତ ଉତ୍ସାହିତ

ଛତ୍ରପୁର-ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା ରାମଚଣ୍ଡୀ ଅନ୍ୟତମ। ହାଂଜ୍ମ ବ୍ଲକ କରପଡା ପଞ୍ଚାୟତର ବିରିପୁର ପାହାଡ଼ ନିକଟରେ ଏହି ମନ୍ଦିର ଅବସ୍ଥିତ । ଛତ୍ରପୁର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ରହିଛି । ଏଠାରେ ନବରାତ୍ର ପୂଜା ଧୁମଧାମରେ ପାଳିତ ହୋଇଥାଏ । ମଙ୍ଗଳବାର ଠାରୁ ମାଙ୍କ ନବରାତ୍ର ପୂଜା ହେଲା ।ପ୍ରତିପଦାରେ ଶୈଳପୁତ୍ରୀ, ଦ୍ଵିତୀୟାରେ  ବହ୍ମଚାରୀଣି, ତୃତୀୟାରେ ଚନ୍ଦ୍ରଘଣ୍ଟ, ଚତୁର୍ଥୀରେ କୁଷ୍ମାଣ୍ଡା, ପଞ୍ଚମୀରେ ସ୍କନ୍ଧମାତା, ଷଷ୍ଠୀରେ କାତ୍ୟାୟନୀ, ସପ୍ତମୀରେ କାଳରାତ୍ରି, ମହାଷ୍ଟମୀରେ ମହାଗୌରୀ, ନବମୀରେ ନବମୀରେ ବିଶ୍ରାମ ନବମୀ ଓ ଦଶମୀରେ ବିଜୟା ଦଶମୀ ପୂଜା କରାଯାଏ । ପ୍ରାଚୀନ କାଳରୁ ପଥରର ମୂର୍ତ୍ତିରେ ତ୍ରିଶକ୍ତି ବିରାଜମାନ ହୋଇଛନ୍ତି ବୋଲି କୁହାଯାଏ । ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ବନବାସ ସମୟରେ ଋଷିକୂଲ୍ୟା ନଦୀ କୂଳେ ଦେଇ ଯାଉଥିଲେ ଏବଂ ସେହି ସମୟରେ କିଛି ଦୃଶ୍ୟ ଆଜି ପର୍ଯ୍ୟନ୍ତ ସେହିଠାରେ ରହିଛି । 1942 ମସିହାରେ ଛତ୍ରପୁର ବ୍ଲକ ଵିପୁଳିଙ୍ଗି ଗ୍ରାମର ସ୍ୱର୍ଗତ ନିତ୍ୟାନନ୍ଦ ପଣ୍ଡାଙ୍କୁ ସ୍ୱପ୍ନ ଆସିବାରୁ ସେ ଏହି ମନ୍ଦିର ଗଢ଼ିଥିଲେ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ । ସେ ନବରାତ୍ର ପୂଜା ସେଠାରେ ଆରମ୍ଭ କରିଥିଲେ ।   

ଢେଙ୍କାନାଳରେ ମଧ୍ୟ ନବରାତ୍ରପୂଜା ଧୁମଧାମରେ ପାଳନ ହେଉଥିବା ଆମପ୍ରତିନିଧି ଜଣାଇଛନ୍ତି 

ଢେଙ୍କାନାଳ(ଶୁଭମ ପାଣି) ମା ତାରିଣୀଙ୍କର ନବରାତ୍ରପୂଜା ଗତକାଲିଠାରୁ ଆରମ୍ଭ ହୋଇଛି । ଧୂପ, ଦୀପ, ନୈବେଦ୍ୟ, ଝୁଣା ଓ ଭୋଗ ଆଦି ଦୈନନ୍ଦିନ ମାଙ୍କୁ ପୂଜା ଅର୍ଚ୍ଚନା କରାଯାଉଛି । ସେହିଭଳି ମାଙ୍କ ମନଶାନ୍ତି ପାଇଁ ଓ ଭକ୍ତ ମାନଙ୍କର ମନସ୍କାମନା ପୁରଣ ପାଇଁ ମହାସମାରୋହରେ ଚଣ୍ଡୀପାଠ କରାଯାଉଛି । ଏହା ଦଶହରା ପର୍ଯ୍ୟନ୍ତ ଚାଲୁ ରହିବ ଭକ୍ତ ମାନଙ୍କର ସମାଗମ ଦୈନନ୍ଦିନ ବଢ଼ିବାରେ ଲାଗିଛି ।