

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅନ୍ତର୍ଗତ ଚିକଲଖନଡି ପଞ୍ଚାୟତ ପୁରୁଣା ପାଟଣା ଗ୍ରାମର ବର୍ଷା ରାଉଳ ନାମ ଦେହରେ କିରୋସିନି ଢାଳି ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ତାଙ୍କ ଦେହର ୭୦ ଭାଗ ପୋଡି ଯାଇଛି । ପ୍ରଥମେ ଛତ୍ରପୁର ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ତାପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଜାଣିବା ପାଇଁ ମିଳିଥିଲା ଯେ ରାତିରେ ଶୋଇବା ପୂର୍ବରୁ ସୁନା ଚେନ୍ କୁ ନେଇ ବର୍ଷାର ଭାଇ ଓ ଶାଶୁ ସ୍ୱାମୀଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା ତାପରେ ଘରେ ସମସ୍ତେ ହୋଇଯାଇଥିଲେ । ସକାଳୁ ସମସ୍ତେ ଶୋଇଥିବା ସମୟରେ ଏହି ଘଟଣା ଘଟାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
