
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରସ୍ଥିତ ବେରାକ୍ ସାହିରେ ରହୁଥିବା ବରିଷ୍ଠ ହକି ଖେଳର କୋଚ୍ କାଳୁଚଣ ଚୌଧୁରୀଙ୍କୁ ଦୋର୍ଣାଚାର୍ଯ୍ୟ ପୁରସ୍କାର ପାଇଁ ବିଜେପି ଲିଗାଲ୍ ସେଲ୍ ସଭାପତି ତଥା ବରିଷ୍ଠ ବିଜେପି ଟାଣୁଆ ନେତା ପ୍ରଦୀପ କୁମାର ପାଢୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବରିଷ୍ଠ ହକି ଖେଳର କୋଚ୍ କାଳୁଚଣ ଚୌଧୁରୀ ୧୯୮୮ମସିହାରୁ ରାଜ୍ୟ ସୋପ୍ରଟସ୍ ହଷ୍ଟେଲରେ ପୁରାତନ କୋଚ୍ କାର୍ଯ୍ୟ କରି ଆସୁଛନ୍ତି । ୧୯୮୮ ଠାରୁ ୨୦୨୧ ମଧ୍ୟରେ ସେ ୪୦ଟି ଯାତୀୟ ଓ ଅନ୍ତର୍ଜାତୀୟ ଅଲମ୍ପିକ୍ ଟୁର୍ଣ୍ଣାମେଣ୍ଟରେ ଓଡିଶାର ଖେଳାଳୀମାନଙ୍କୁ ଖେଳିବାକୁ ସୁଯୋଗ ଦେଇଛନ୍ତି । ୨୩ରୁ ଅଧିକ ଗଲଡ୍ ମେଡଲ୍ ୭ଟି ସିଲଭାର ୮ଟି ବ୍ରୋଞ୍ଜପତକ ହାସଲ କରିଛନ୍ତି । ଯୋଗ୍ୟ ବ୍ୟକ୍ତିଙ୍କୁ ଚଳିତ ବର୍ଷ ପାଇଁ ଦୋର୍ଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରି ଗଞ୍ଜାମ ଜିଲ୍ଲାର ଗୌରଉନତୀ କରିବା ପାଇଁ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ରିପୋର୍ଟ : ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
