

ରମ୍ଭା (ସମୃଦ୍ଧ ଓଡିଶା) ରମ୍ଭା ଡିଆଡି ଗାଁର ଝାରାଡି ଗାଁରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପ୍ରତ୍ୟେକ ବର୍ଷ ଧନେଶ୍ୱର ନାୟକଙ୍କ ସ୍ମୃତିରେ ଅନୁଷ୍ଠିତ କରାଯାଏ । ତେଣୁ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଅନୁଷ୍ଠିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଓ ଛତ୍ରପୁର ବିଧାନ ସଭାର ନିର୍ବାଚନ ମଣ୍ଡଳୀର ବିଜେପି ନେତା କୀର୍ତ୍ତନ ଦାସ ଓ ସମ୍ମାନିତ ଅତିଥି ଭାବେ ସାନରାମ ଚନ୍ଦ୍ରପୁର ନ୍ୟାୟ ସରପଞ୍ଚ ପ୍ରକାଶ ନାହାକ, ବିକାଶ ନାହାକ, ପ୍ରଶାନ୍ତ ନାହାକ, ସମିତି ସଭ୍ୟ ଯୋଗଦେଇ ଧନେଶ୍ୱର ନାୟକଙ୍କ ଆତ୍ମା ଶାନ୍ତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରି ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

