ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଧଳା ଜହର ବ୍ୟବସାୟର କେନ୍ଦ୍ରସ୍ଥଳୀ ହୋଇଥିବା ବେଳେ ଏଥିସହିତ ବ୍ୟବସାୟୀ, ପୋଲିସ୍ ମଧ୍ୟସ୍ଥ ଇତ୍ୟାଦିଙ୍କର ଯୋଗାଯୋଗ ରହି ଆସିଛି । ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଏହା ବିଭିନ୍ନ ଉପାୟରେ ଜଳେଶ୍ୱରରେ ପ୍ରବେଶ କରି ପରେ ଅନ୍ୟ ବିଭିନ୍ନ ସ୍ଥାନକୁ ପଠାଯାଇ ଆସୁଥିବାରୁ ସବିଶେଷ ତଦନ୍ତ ଲାଗି ଏବେ ସଦ୍ୟପ୍ରକାଶିତ ଓଡିଅ ଭାଇରାଲ ସିବିଆଇ ତଦନ୍ତଭାର ଗ୍ରହଣ କରିବାକୁ ଜଳେଶ୍ୱର ସିପିଆଇ ପକ୍ଷରୁ ଦାବି କରାଯାଇଛି ।ଖଡଗପୁର, ବର୍ଦ୍ଧମାନ, କୋଲକତା ଓ ବାଙ୍ଗଲାଦେଶରୁ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ବାଇକ୍, କାର୍, କଦଳୀ ପରିବହନ ହେଉଥିବା ଟ୍ରକ, ପାର୍ସଲ ଜରିଆରେ ଜଳେଶ୍ୱର ସହରକୁ ପ୍ରବେଶ କରୁଛି । ପ୍ରକାଶଯୋଗ୍ୟ ଏବେର ଭୁବନେଶ୍ୱର କମିସନରେଟର ପୋଲିସ୍ କମିସନର ସୁଧାଂଶୁ ଷଡଙ୍ଗୀ ଜଳେଶ୍ୱରରେ ଏସ୍ଡିପିଓ ଥିବା ବେଳେ ଏକ ଟ୍ରକ ଗଞ୍ଜେଇ ଧରି ଚର୍ଚ୍ଚାର ପରିଧିକୁ ଆସିଥିଲେ । ତାଙ୍କ ହସ୍ତକ୍ଷେପ ଫଳରେ ପୋଷ୍ଟାଲ ପାର୍ସଲ, ରେଳ ପାର୍ସଲରେ ମଣିପୁର ଓ ଆସାମରୁ ଆସୁଥିବା ଗଂଜେଇ କାରବାର ବନ୍ଦ ହୋଇ ଯାଇଥିଲା । ଏବେ ପୁଲିସ୍ ପ୍ରଶାସନର ଉଦାସୀନତା ଯୋଗୁଁ ଜଳେଶ୍ୱର ବ୍ରାଉନ୍ସୁଗର କାରବାରର ହବ୍ ହୋଇ ଉଠିଛି । ଏହାକୁ ଦୃଢ ହସ୍ତରେ ଦମନ କରାଯିବା ସହ ନିଶାକାରବାରକୁ ବନ୍ଦ କରିବାପାଇଁ ସିବିଆଇ ତଦନ୍ତ ଏକାନ୍ତ ଅପରିହାର୍ଯ୍ୟ ବୋଲି ସେମାନେ କହିଛନ୍ତି । ଓଡିଅ ଭାଇରାଲରୁ ସ୍ପଷ୍ଟ ଜଣାଯାଉଥିବା ଆଇଆଇସି ଧନେଶ୍ୱର ସାହୁଙ୍କୁ ଚାକିରୀରୁ ବହିସ୍କାର ନୁହେଁ ନଳମ୍ବନ କରିବା ସହିତ ମଧ୍ୟସ୍ଥଙ୍କ କାର୍ଯ୍ୟକଳାପକୁ ତଦନ୍ତ ପରିସରକୁ ନେବାକୁ ଦାବି କରିଛନ୍ତି । ଏଥିସହ ସଂପୃକ୍ତ ବଡବଡ ବାବୁ, ଏଥିରେ ଅର୍ଥ ନିବେଶ କରୁଥିବା ମାଫିଆ, ଦଲାଲ, ରାଜନେତା, ଅସାଧୁ ବ୍ୟବସାୟୀମାନଙ୍କୁ ତଦନ୍ତଭୁକ୍ତ କରିବାକୁ ସିପିଏମ୍ର ଲୋକାଲ କମିଟି ସଂପାଦକ ଦିଲ୍ଲିପ କୁମାର ଗିରି, ଶିଶିର ହୁଇ, ସିତାଂଶୁ ସେନାପତି, ଦୀପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦି, ରବିନ୍ଦ୍ର ବାରିକ, ଜୀବନ ପରିଡା, ରତନ ଦାସ, ପଲ୍ଟୁ ଦାସ, ଜତିନ୍ ଜେନା, ମଦନ ମହାଲି, ସୁକୁମାର ଗିରିପ୍ରମୁଖ ଦାବି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା