ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ଚାଷୀଙ୍କ ସମସ୍ୟାର ସମାଧାନ ତୁରନ୍ତ କରିବାକୁ ଦାବୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗଦିଆଁ ବ୍ଲକ ଅନ୍ତର୍ଗତ ଖଙ୍କିରା ଓ ଲାଉଳଇ ପଞ୍ଚାୟତ ଯାଜପୁର ଜିଲ୍ଲାର ସୀମାକୁ ଲାଗିରହିଛି । ଏହି ଦୁଇ ପଞ୍ଚାୟତର ୫୦ରୁ ଅଧିକ ଚାଷୀଙ୍କ ଚାଷ ଜମି ଯାଜପୁର ଜିଲ୍ଲା ଦର୍ପଣି ତହସିଲ ଅଂଚଳରେ ରହିଅଛି । କିନ୍ତୁ ସେମାନଙ୍କୁ ଉଭୟ ଜିଲ୍ଲାର ସମବାୟରେ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବଞ୍ଚିତ କରାଯାଇଛି । କର୍ତ୍ତୃପକ୍ଷଙ୍କୁ ଯଥା ଜିଲ୍ଲାପାଳ, ସିଏସଓ ଓ ଡିଆରସିଏସଙ୍କୁ ଏ ସମ୍ପର୍କରେ ଜଣାଯାଇଥିଲେ ମଧ୍ୟ ଆଜି ଯାଏଁ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଏହାସହ ତୁରନ୍ତ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସବୁ ସମସ୍ୟାର ସମାଧାନ ଯଥାଶୀଘ୍ର କରାଯାଉ ବୋଲି ଚାଷୀଙ୍କ ପକ୍ଷରୁ ଦାବୀ କରାଯାଇଛି । ଯଦି ଏହାର ତୁରନ୍ତ ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ରିପୋର୍ଟ : ଶୁଭମ କୁମାର ପାଣି