

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନାଗିଆପଶି ଗ୍ରାମର ଚାଷୀମାନେ ଧାନ ମଣ୍ଡି ପାଇଁ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଗ୍ରାମରେ ଏକ ମଣ୍ଡି ପାଇଁ ଦୀର୍ଘ ୨ମାସ ହେବ ଦାବି କରିଆସୁଛନ୍ତି । ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ମଣ୍ଡି ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲାଯାଉ ନାହିଁ । ଯାହାଫଳରେ ଚାଷୀମାନେ ଧାନ ବିକ୍ରି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସେଇଥିପାଇଁ ଚାଷୀମାନେ ପୁଣି ଜିଲ୍ଲାପାଳଙ୍କୁ ଯଥାଶୀଘ୍ର ପଦକ୍ଷେପ ନେଇ ମଣ୍ଡି ଖୋଲିବା ପାଇଁ ନିର୍ଦେଶ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଯଦି ଯଥାଶୀଘ୍ର ପଦକ୍ଷେପ ନ ନିଆଯାଏ ତେବେ ଚାଷୀଙ୍କ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି