ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଧାନସିମଳୁଆସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀନ ତମାମ ଶ୍ରୀଅରବିନ୍ଦ ଯୋଗ, ସାଧନା, ଧୂପ ଓ ପୁଷ୍ଟଦାନ ହୋଇଥିବା ବେଳେ ଅବରାହ୍ନରେ ଆୟୋଜିତ ସଭାରେ ବଡଅପା ସବିତା ପାତ୍ର ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ଡ. ଦୀନବଂଧୁ ଜେନା ଉଦ୍ଘାଟନ କରି ସାମ୍ପ୍ରତିକ ସମାଜରେ ଶ୍ରୀମା, ଶ୍ରୀଅରବିନ୍ଦଙ୍କ ଦର୍ଶନରେ ପରିଚାଳିତ ବିଦ୍ୟାଳୟର ପୂର୍ଣ୍ଣାଙ୍ଗ ଶିକ୍ଷା ସମସ୍ତଙ୍କର ଧୈୟ ହେବା ଉଚିତ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ସୁଷମା ପରିଡା ଶ୍ରୀଅରବିନ୍ଦଙ୍କ ରଚିତ ସାବିତ୍ରୀ କାବ୍ୟରୁ ଶ୍ରୀଅରବିନ୍ଦଙ୍କ ଦର୍ଶନ, ଧ୍ୟାନ ଇତ୍ୟାଦି ସଂପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଏବିଇଓ ବନବିହାରୀ ଦାସ ଅଧିକାରୀ ଓ ସୁଶାନ୍ତ କୁମାର ଜେନା, ସାମ୍ବାଦିକ ଅବନୀ ଚାନ୍ଦ ପ୍ରମୁଖ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାରେ ଶିକ୍ଷାର ପ୍ରତିଫଳନ ହେଲେ ଅବକ୍ଷୟିଷ୍ଣୁ ସମାଜତିଷ୍ଠି ଯାଇପାରିବ ବୋଲି କହିଥିଲେ । ରବିନ୍ଦ୍ର କୁମାର ପରିଡା, ଜାଗ୍ରୁତି ରଣା, ବାସନ୍ତି ଦାସ, ସୁମିତ୍ରା ବାରିକ, ରିତାରାଣୀ ନନ୍ଦି ପ୍ରମୁଖ ପୁରସ୍କାର ବିତରଣରେ ସହାୟତା କରିଥିବା ବେଳେ ରୀତାରାଣୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ତ୍ରିଲୋଚନ ବାରିକ, ଗୋବର୍ଦ୍ଧନ ପରିଡା, ବିପଦଭଂଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା