

ରାୟଗଡ଼ା (ସମୃଦ୍ଧ ଓଡିଶା) ଭାରତର ଏକ ରାଜ୍ୟ ଜାମ୍ମୁ ଓ କାଶ୍ମୀର ରହିଥିଲା ଉକ୍ତ ରାଜ୍ୟ ପାଇଁ ୩୭୦ ଏବଂ ୩୫ ଏ ଧାରାର ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇଥିଲା । ଆଜି ଭାରତର କେନ୍ଦ୍ର ସରକାର ସମ୍ବିଧାନର ଉକ୍ତ ଧାରାକୁ ଉଛେଦ କରି ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ପାହ୍ୟାରୁ କେନ୍ଦ୍ର ଶାସିତ ରାଜ୍ୟ ଭାବେ ଘୋଷଣା କରିବା ସହ ଜାମ୍ମୁ ଓ କାଶ୍ମୀରେ ଥିବା ଲଦାଖକୁ ବାଦ ଦେଇ ଏକ ସ୍ୱତନ୍ତ୍ର କେନ୍ଦ୍ରି ଶାସିତ ଅଂଚଳ ଭାବେ ଘୋଷଣା କରି ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଥିବାରୁ କେନ୍ଦ୍ର ସରକାରଙ୍କ ନେତୃତ୍ୱକୁ ସର୍ବସାଧାରଣରେ ପ୍ରଶଂସା କରିବା ସହ ରାୟଗଡା ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବ ନେତା ବସନ୍ତ ଉଲାକାଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକ ନିକଟରେ ଶତାଧିକ ବିଜେପି କର୍ମୀ ମାନେ ଭାରତ ମାତା କି ଜୟ ନାରା ଦେଇ ବାଣ ଫୁଟାଇବା ସହ ସମସ୍ତଙ୍କୁ ମିଠା ଖୁଆଇ ବିଜୟ ଦିବସ ପାଳନ କରିଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ