ଧୋଇଗଲା ନାଉରିଆ ଖାଳ ପୋଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଶ୍ୟାମନଗର ପଞ୍ଚାୟତର କାନପୁର – ଡେମ୍ବରୁବଣି ମୁଖ୍ୟ ରାସ୍ତାର ଥିବା ଏକ ପୋଲର ପିଲର ଧୋଇ ଯିବାରୁ ଏହା ଉପରେ ନିର୍ଭର କରୁଥିବା ଗ୍ରାମବାସୀମାନେ ବାହ୍ୟଜଗତରୁ ବିଛିନ୍ନ ହୋଇଛନ୍ତି । ନାଉରିଆ ଖାଳ ଉପରେ ଥିବା ଉକ୍ତ ପୋଲର ଗୋଟିଏ ପାଶ୍ୱର୍ରେ ଥିବା ପିଲରଟି ଲଗାଣ ବର୍ଷାରେ ଧୋଇ ଯିବାରୁ ୪୦ ପରିବାର ଯାତାୟାତ କରିପାରୁନାହାନ୍ତି । ଫଳରେ ଏକ ବଡ ଗର୍ତ୍ତ ସୃଷ୍ଟି ହେବା ଫଳରେ ଗମନାଗମନ ଠପ୍ ହୋଇ ଯାଇଛି । ଗ୍ରାମକୁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଅବିଳମ୍ବେ ମରାମତି କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା