ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ନଗର ଚିକିତ୍ସାଳୟ ଠାରେ ୪ର୍ଥ ଓ ୩ୟ ଶ୍ରେଣୀ କର୍ମଚାରୀଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେ।ଇ ଅବସର ନେଇଥିବା ବରିଷ୍ଠ କର୍ମଚାରୀ ଅଭିରାମ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯେ।ଗଦେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅବସରକାଳିନ ସମସ୍ତ କାଗଜପତ୍ର ପ୍ରଦାନ କରିବା ସହ ନଗର ଚିକିତ୍ସାଳୟର ସୁନାମ ପାଇଁ ସମସ୍ତ କର୍ମଚାରୀ ନିଷ୍ଠାପର ଭାବେ କାଯର୍ୟ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ସଂଗଠନର ଉପଦେଷ୍ଟା ପ୍ରଦ୍ୟୁମ୍ନ ନାୟକ ସ୍ୱାଗତ ଭାଷଣ ଦେଇ କାଯର୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିଟି ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ୍ ତଥା ଏଡିଏମଓ ଡ଼ା. ପି. କୁର୍ମେୟା, ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ରାଜ୍ୟ ଉପସଭାପତି ସୁକାନ୍ତ ମୁଖୀ, ଏମକେସିଜି ମେଡ଼ିକାଲ କଲେଜ ଗ୍ରୁପ ଡ଼ି କର୍ମଚାରୀ ସଂଘର ସଂପାଦକ ଲାଲୁ ମେ।ହନ ବେହେରା, ଯୁଗ୍ମ ସମ୍ପାଦକ ରବି ନାରାୟଣ ବେହେରା, ନଗର ଚିକିତ୍ସାଳୟ କର୍ମଚାରୀ ସଂଘର ସମ୍ପାଦକ ଜି. ନରସିଂହ ରାଓ, ରବିନ୍ଦ୍ର କୁମାର ଦାଶ, ରେଣୁପ୍ରିୟା ପାଢ଼ୀ, ବିପିନି ବିହାରୀ ନାୟକ, ଟୁନା ଜେନା, ତାରିଣୀ କୁମାର ପାତ୍ର, ବିଜୟ କୁମାର ପାତ୍ର, ସନ୍ତେ।ଷ କୁମାର ପଣ୍ଡିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯେ।ଗ କରିଥିଲେ । ଉପଦେଷ୍ଟା ଶ୍ରୀ ରଥ ତାଙ୍କ ଭାଷଣରେ ମାନବ ସେବା ହିଁ ମାଧବ ସେବା କୁହାଯାଉଥିବା ବେଳେ ଅବସର ଗ୍ରହଣ କରିଥିବା ଶ୍ରୀ ସ୍ୱାଇଁଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ସମାଜସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ କହିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଗ୍ରୁପ ଡି କର୍ମଚାରୀଙ୍କ ପାଇଁ କ୍ୱାଟର ନିର୍ମାଣ ଓ ସିଟି ହସ୍ପିଟାଲ ପରିସରରେ କର୍ମଚାରୀମାନଙ୍କ ପାଇଁ ଏକ କ୍ୟାଣ୍ଟିନ ବ୍ୟବସ୍ଥା କରିବା ସମ୍ପର୍କରେ ସିଡିଏମଓଙ୍କ ଦୃଷ୍ଟି ଅ।କର୍ଷଣ କରିଥିଲେ । ସିଡିଏମଓ ଶ୍ରୀ ପାଣିଗ୍ରାହୀ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ ବେ।ଲି ପ୍ରତିଶ୍ରୁତି ଦେଇଥିଲେ । ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ ।