ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରରେ ନଡିଆ ଏକପ୍ରକାର ଚାଷଭାବେ ପରିଚିତ । ଏହି ନଡିଆକୁ କେତେକ ଶ୍ରମିକ ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଘରକୁ ଘର ଯାଇ ସେମାନଙ୍କ ନଡିଆଗଛ କେଣ୍ଡା ସଫା କରିବା, ନଡିଆ ଅମଳ କରିବା, ପଇଡ ଓହ୍ଲେଇବା, ରୋଗ ପୋକ ପାଇଁ ବିଭିନ୍ନ କୀଟନାଶକ ପ୍ରୟୋଗ, ଯୈବିକ ଓ ରାସାୟନିକ ସାର ଇତ୍ୟାଦି ପ୍ରୟୋଗ କରିଥାନ୍ତି । ଏପରି ଜଣେ ଚାଷୀ ଥିଲେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନଛିମପୁର ପଂଚାୟତ ନାଙ୍ଗୁଡସାହି ଗ୍ରାମର ନାକଫୁଡି ଜେନାଙ୍କ ପୁଅ ସୀତାରାମ ଜେନା । ଗତ ବୁଧବାର ସେ ନଡିଆଗଛକୁ ଚଢି ନଡିଆ ତୋଳୁଥିବା ବେଳେ ତାର ଗୋଡ ଖସିଯିବାରୁ ସେ ତଳେ ପଡିଯାଇ ଗୁରୁତର ହୋଇଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲ୍କୁ ନିଆଯାଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ଏବଂ ସୀତାରାମଙ୍କ ଆର୍ଥୀକ ସ୍ୱଚ୍ଛଳତା ନଥିବାରୁ ବାଲେଶ୍ୱରର ଜ୍ୟୋତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ନଡିଆଗଛରୁ ପଡିଥିବାରୁ ଏବଂ କୃଷି ଶ୍ରମିକ ହୋଇଥିବାରୁ ତାଙ୍କୁ ସରକାରୀ ଆର୍ଥୀକ ସହାୟତା ଯୋଗାଇ ଦେବାକୁ ନଛିମପୁର ପଂଚାୟର ସରପଂଚ ଓ ସମାଜସେବୀ ସପନ ଜେନାଙ୍କ ସହିତ ବହୁବ୍ୟକ୍ତି ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା