ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ରାଜ୍ୟରେ ୫ଟି ଓ ମୋ ସରକାର ଯୋଜନାକୁ ସଫଳ ରୂପାୟନ କରିବାକୁ ଯାଇ ସମସ୍ତ ଜିଲ୍ଲା ଗ୍ରସ୍ତରେ ନିୟମିତ ଯାଉଛନ୍ତି ବରିଷ୍ଟ ପଦାଧିକାରୀ । ଏହି କ୍ରମରେ ଦୁଇ ଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି ନୋଡାଲ୍ ସଚୀବ ସଞ୍ଜୟ କୁମାର ସିଂହ । ଗତକାଲି ଗୁମ୍ମା ବ୍ଲକର ବଡ-କଳାକୋଟ ପଞ୍ଚାୟତର କଲୁଙ୍ଗା ଗ୍ରାମର ଭୂସ୍କଳନ ପରିଦର୍ଶନ କରି ସେଠାରେ ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ । ପରେ ଗୁମ୍ମା ବ୍ଲକ୍ କାର୍ଯ୍ୟଳୟରେ ଅଧିକାରୀ ଓ ନିବାଚିତ ଜନପ୍ରତିନିଧିଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଆଜି ଦ୍ବିତୀୟ ଦିନରେ ସେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ତଦାରଖ କରିଛନ୍ତି । ପରେ ନୋଡାଲ୍ ସଚୀବଙ୍କ ସଞ୍ଜୟ କୁମାର ସିଂହ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଓ ଆଦର୍ଶ ଥାନା ପରିଦର୍ଶନ କରିଥିଲେ । ପରେ ମଧ୍ୟାହ୍ନ ସମୟରେ ଆହାର କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ । ଗ୍ରସ୍ତ ସମୟରେ ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା