ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀର ପ୍ରଖର ସୁଅରେ ଭାସି ଯାଉଥିବା ବାବୁଲା ବେହେରାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବାର ଦୁଃସାହସ ଦେଖାଇଥିବା ଦୁଇ ଫାୟାର ମ୍ୟାନ କାହ୍ନୁ ଶ୍ରୀଚନ୍ଦନ ପରିଡ଼ା (FM-1862) ଓ ତପନ କୁମାର ବେହେରା (FM-1639)ଙ୍କୁ ଛତ୍ରପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମ୍ବିକା ପ୍ରସାଦ ଦାଶ ସମ୍ବର୍ଦ୍ଧିତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗତ ତିନି ଦିନ ତଳେ ମଙ୍ଗଳ ବେହେରାଙ୍କ ପୁଅ ଅସାବଧାନତା ବସତହ ଅଗସ୍ତି ନୂଆଁଗାଁ ସନ୍ନିକଟ ବହି ଯାଇଥିବା ଋଷିକୂଲ୍ୟା ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ । ନଦୀର ପାଣି ବିଜୁଳି ବେଗରେ ବହି ଚାଲିଥିବା ବେଳେ କାହାର ସାହାସ ନଥିଲା ବାବୁଲା ବେହେରାଙ୍କୁ ବଞ୍ଚାଇବା ପାଇଁ ଦେଖଣାହାରିଙ୍କ ମଧ୍ୟରେ ଭାଳେଣୀ ପଡିଥିଲା ଘଟଣାର ପ୍ରତ୍ୟକ୍ଷଦର୍ଶୀ ମନରେ । ଗାଁ ଠାରୁ କିଛି ଦୂରରେ ଥିବା ଆନିକଟ ନିକଟରେ ଅଗ୍ନିଶମ ବାହିନୀର ଦୁଇ ଫାୟାର ମ୍ୟାନ ପୂର୍ବରୁ ପ୍ରସ୍ତୁତ ରହି ଲମ୍ଫ ମାରିଥିଲେ ପ୍ରଖର ନଦୀକୁ କିନ୍ତୁ ସଫଳ ହୋଇନଥିଲେ । ଭାସି ଯାଉଥିବା ବାବୁଲାଙ୍କ ପିଛା କରିଥିଲେ ଦୁଇ ଫାୟାର ମ୍ୟାନ । ଋଷିକୂଲ୍ୟା ନଦୀର ପ୍ରଖର ସୁଅରେ ନିଜ ଜୀବନକୁ ବାଜି ଲଗାଇ ପାଖାପାଖି ତିନି କିଲୋମିଟର ପିଛା କରିଥିଲେ ଏବଂ ଶେଷରେ ଭାସି ଯାଉଥିବା ବାବୁଲାଙ୍କ ଜୀବନ ବଞ୍ଚାଇଥିଲେ । ଯାହାକୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାରେ ମହକି ଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା