ନବ ଦମ୍ପତିଙ୍କ ସହ ବନ୍ଧୁ ପରିଜନ କଲେ ରକ୍ତଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତା ୨୭/୧୧/୨୦ତାରିଖ ଶୁକ୍ରବାର ବ୍ରହ୍ମପୁର ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀ ଅନୁକୂଲ୍ୟରେ ପରିଷଦ ସଦସ୍ୟ ଧର୍ମରାଜ ପାତ୍ର ଓ ଲୋପାମୁଦ୍ରା ଜେନାଙ୍କ ବିବାହ ଉତ୍ସବ ଉପଲକ୍ଷେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ଗୁଣ୍ଠବନ୍ଧ ଗ୍ରାମ ବଡ଼ ସାହିରେ ଅନୁଷ୍ଠିତ ହୋଇଥିଲା । ଧର୍ମରାଜ ରକ୍ତଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ କମ ଓଜନ ହେତୁ ଲୋପା ଡାକ୍ତରଙ୍କ ପରାମର୍ଶ କ୍ରମେ ରକ୍ତଦାନରୁ ବିରତ ରହିଥିଲେ । ଉଭୟ ବୃତ୍ତିରେ ଶିକ୍ଷକ, ଲୋପାମୁଦ୍ରା ଗୌତମୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟତ୍ରି ଥିବା ବେଳେ ଧର୍ମରାଜ ପୁରୁଷୋତ୍ତମପୁର ସ୍ଥିତ ଦୁର୍ଗାଦେବୀ ଶିଳ୍ପ ତାଲିମ ଅନୁଷ୍ଠାନରେ ପ୍ରିନ୍ସପାଲ ଥିବା ସହ ବିଭିନ୍ନ ସାମାଜିକ ସଂଗଠନ ସହ ପ୍ରତକ୍ଷ ଭାବେ ଜଡ଼ିତ ।ଆଜିର ଶିବିରରେ ସମୁଦାୟ ୧୬ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏ ଭଳି ମହତ୍ ଉଦ୍ଦେଶ୍ୟକୁ ସବୁମହଲରୁ ପ୍ରଶଂସାର ସୁଅ ଛୁଟୁଛି । ବର୍ଷ ତମାମ ସବୁଜ ବାହିନୀ ଓ ଆଞ୍ଚଳିକ ବିକାଶ ପରିଷଦ ମିଳିତ ଅନୁକୁଲ୍ୟରେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ କାର୍ଯ୍ୟକ୍ରମ ଚାଲୁଛି l ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଵିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍ ଦିଲ୍ଲିପ କୁମାର, ବିଷ୍ଣୁ ପ୍ରସାଦ ଦାସ, ସିଲୁ ମହାନ୍ତି, ବୃନ୍ଦାବନ ମହାନ୍ତି, ବଳରାମ ପାତ୍ର, ସ୍ୱାଧିନ ପାତ୍ର, ଗଣେଷ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା