

ବିଜୟୱାଡା(ସମୃଦ୍ଧ ଓଡିଶା)ଆସନ୍ତା ବୁଧବାର ୨୪ ତାରିଖ ଦିନ ୧୧.୩୦ ସମୟରେ ଆନ୍ଧ୍ରର ନୁଆଁ ରାଜଧାନୀ ଅମରାବତୀଠାରେ ନବ ନିଯୁକ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶପଥ ନେବେ ବୋଲି ଜଣାପଡ଼ିଛି ।ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ସି ପ୍ରବୀନ କୁମାର ତାଙ୍କୁ ଶପଥ ପାଠ କରାଇବେ । ଶପଥ ଗ୍ରହଣ ଉତ୍ସବ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ହରିଚନ୍ଦନ ଦାଇତ୍ୱ ନେବାପରେ ଆନ୍ଧ୍ର ଓ ତେଲେଙ୍ଗାନା ଉଭୟ ରାଜ୍ୟ ଦାଇତ୍ୱରେ ଥିବା ରାଜ୍ୟପାଳ ଇଏସଏଲ ନରସିଂହା କେବଳ ତେଲେଙ୍ଗାନା ଦାୟିତ୍ୱରେ ହିଁ ରହିବେ ବୋଲି ଜଣାପଡିଛି । ତେବେ ପୂର୍ବତନ ମୂଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଜୟୱାଡାରେ ଥିବା କ୍ୟାମ୍ପ ଅଫିସକୁ ଏହି ନୂତନ ରାଜ୍ୟର ରାଜଭବନ କରାଯାଇଛି । ଏହି ବିଲିଡିଂକୁ ବର୍ତ୍ତମାନ ରିନୋଭେସନ କରାଯାଉଛି । ଗ୍ରାଉଣ୍ଡ ଫ୍ଲୋର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ହେବ ଓ ଫାଷ୍ଟ ଫ୍ଲୋର ରାଜ୍ୟପାଳଙ୍କ ବାସଭବନ ହେବ । ଅନ୍ୟପକ୍ଷରେ ଆସନ୍ତା କାଲି ମଙ୍ଗଳବାର ନବ ନିଯୁକ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରସିଦ୍ଧ ଧର୍ମପୀଠ ତିରୁମାଲା ତିରୁପତି ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରିବେ ବୋଲି ମଧ୍ୟ ଜଣାପଡିଛି ।ଏହାପରେ ସେ ବୁଧବାର ପୂର୍ବାହ୍ନ ୧୧.୩୦ ସମୟରେ ଶପଥ ନେବେ ବୋଲି ସ୍ଥିର କରାଯାଇଛି ।
ରିପୋର୍ଟ : ଏନ .ଶ୍ରୀନିଵାସ