ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଇଭିଏମ ମେସିନକୁ ବିରୋଧ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଇଭିଏମ ମେସିନ ଗାଁରେ ବସିବା ନାହିଁ ବୋଲି କହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଛନ୍ତି । ସେମାନେ କହିଛନ୍ତି ଆଜିକୁ ପ୍ରାୟ ୭୨ ବର୍ଷ ହେବ ଚାଷୀ କୁଳ ଶୋଷିତ ହୋଇ ଚାଲିଛନ୍ତି । ଚାଷୀଙ୍କୁ ସମ୍ମାନ ଦିଆଯାଉନାହିଁ, ଚାଷୀ ପୁଅକୁ ଭର୍ତ୍ତା ଦିଆଯାଉ ନାହିଁ, ଚାଷୀର ଧାନର ମୁଲ୍ୟ ବଢ଼ିଲା ନାହିଁ କି ବଢ଼ିବାକୁ ଦିଆଗଲା ନାହିଁ । ଏହି ପ୍ରତିବାଦରେ ଚାଷୀ କୁଳ ସଂଗଠିତ ହୋଇ ନବ ନିର୍ମାଣ କୃଷକ ସଂଗଠନ ୪ ବର୍ଷ ହୋଇଗଲାଣି ସଂଘର୍ଷ କରି ଆସୁଛନ୍ତି । କିନ୍ତୁ ଚାଷୀ ଭାଇ ବାରମ୍ବାର ଆନ୍ଦୋଳନ କରିବା ପରେ ବି ସରକାର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କି ଶୁଣିବା ତ ଦୂରର କଥା ଆଇନ ଅନୁଯାୟୀ ମତବ୍ୟକ୍ତ କରିବାର ଅଧିକାର ବି ଛଡେଇ ନେଇଛନ୍ତି ଏ ସରକାର । ସେଥିପାଇଁ ଚାଷୀକୁଳ ନିଷ୍ପତି ନେଇଛନ୍ତି ଯେ ଗାଁ ଗଣ୍ଡାରେ ଭୋଟ ବକ୍ସ ବସିବ ନାହିଁ । ଏହି ଅବସରରେ ଜିଲ୍ଲାପୁର୍ତ୍ତିକ ଅଶ୍ଵିନି କୁମାର କହିଛନ୍ତି ଯଦି ଚାଷୀ ପୁଅକୁ ଭର୍ତ୍ତା ନାହିଁ, ଚାଷୀ ଧାନର ମୂଲ୍ୟ ବଢିବ ନାହିଁ, ଯଦି ଚାଷୀ ଭାଇଙ୍କୁ ସମ୍ମାନ ନାହିଁ ତ ଗାଁ ଗଣ୍ଡାରେ ଭୋଟ ବକ୍ସ ବସିବ କେଉଁଥି ପାଇଁ ? ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟି ସଦସ୍ୟ ନିବାସ ରତ୍ନ, ଓଡାପତର କ୍ଲବ ସମ୍ପାଦକ ସୁଧାରକର ପରିଡା, ମାଧବୀ ମହାରଣା, ପ୍ରତିମା ନାୟକ, ସୁଲୋଚନା ରାଉତ, ସବିତା ନାୟକ, ଭାରତୀ ନାୟକ, ସୁଷମା ନାୟକ, ଚାଷୀ ନେତା ଘନଶ୍ୟାମ ମାଝୀ, ଅଲେଖଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି