ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାସ୍ତା ଅବରୋଧ:ପୁଣି ଚାଷୀଙ୍କୁ ତଡିଛି ପୋଲିସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଓଡିଶାରେ ପ୍ରାଇଜ୍ ପ୍ରେଷ୍ଟିଜ୍ ପେନସନକୁ ନେଇ ଚାଲିଥିବା କୃଷକ ଆନ୍ଦୋଳନକୁ ସରକାର ବାରମ୍ବାର ଚାପିଦେବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି । ତାହାରି ବିରୁଦ୍ଧରେ ଏବଂ ଓଡିଶାରେ ଚାଷୀ ପେନସନ ନେଇ ଯେଉଁ ମହାସଂଗ୍ର।ମ ଚାଲିଛି ତାକୁ ଲାଗୁ କରିବାକୁ ନେଇ ଆଜି ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକର ସୁବୁଳିଆ ଠାରେ ଶହ ଶହ ଚାଷୀଙ୍କ ପକ୍ଷରୁ ରାଜ ରାସ୍ତା ଅବରୋଧ କରାଯାଇଥିଲା । ଏହାକୁ ନେଇ ପୁଣି ପୋଲିସ ଆଜି କୃଷକମାନଙ୍କୁ ସେଇଭଳି ଭାବେ ଦମନ କରିଛି ଯେଉଁଭଳି ଭାବେ ଗତଥର କରିଥିଲା । ଏହି ଘଟଣା ରମ୍ଭା ଆଇଆଇସିଙ୍କ ସହ କଥା ହୋଉଥିବାବେଳେ ଘଟିଥିଲା । ଯେତେବେଳେ ଚାଷୀମାନେ କଥା ହେଉଥିଲେ ସେତେବେଳେ ଖଲ୍ଲିକୋଟ ଆଇଆଇସି ସ୍ୱାଇଁ ବେବି ଆସି ସିଧା ଚାଷୀମାନଙ୍କୁ ଦୁର୍ବ୍ୟବହାର କରିବା ସହ ଧକା ମାରି ରାସ୍ତାରୁ ଚାଷୀମାନଙ୍କୁ ତଡିଥିଲେ । ଏହି ଘଟଣା କେତେ ଦୂର ଯଥାର୍ଥ ଯଦି ଚାଷୀ ଭୁବନେଶ୍ୱର ଯାଇ ପାରିବ ନାହିଁ, ରାଜରାସ୍ତାରେ ଚାଲି ପାରିବ ନାହିଁ, ଚାଷୀ ଯେତେବେଳେ ଆନ୍ଧ୍ରରୁ ଖାଦ୍ୟ ବନ୍ଦ କରି ନିଜ ଚାଷୀଙ୍କୁ ସ୍ୱାଭିମାନ କରେଇବା ପାଇଁ ରାସ୍ତାକୁ ଓହ୍ଲାଉଛି ତେବେ ପୋଲିସ ବନ୍ଧୁମାନେ ଆସି ତାଙ୍କୁ ରାଜନୈତିକ ଉଧେଶ୍ୟ ରଖି ଜେଲରେ ପୁରେଇବା ଭୟ ଦେଖାଇବା ସହ ଧକା ମାରି ତଡିଦେଉଛନ୍ତି ଏହା କେତେ ଦୂର ଯଥାର୍ଥ ସ୍ଵୟମ ନବୀନ ବାବୁଙ୍କ ଜିଲ୍ଲାରେ ବୋଲି ସଚିନ ମହାପାତ୍ର ପ୍ରଶ୍ନ କରିଛନ୍ତି । ଚାଷୀ ସଂଘଠନ ପକ୍ଷରୁ ପ୍ରଶ୍ନ ହୋଇଛି ଯେ ସବୁ ପାର୍ଟି ତରଫରୁ ଆନ୍ଦୋଳନ କରାଯାଉଛି ସେମାନେ କରିପାରିବେ ସେମାନଙ୍କୁ ଅଟକା ଯାଉନାହିଁ ଯେତେବେଳେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଉଛନ୍ତି ସେମାନଙ୍କୁ କାହିଁକି ଅଟକାଇ ଦିଆଯାଉଛି ସେମାନେ କଣ ନିଜ ହକ ପାଇବା ପାଇଁ ଆନ୍ଦୋଳନ କରିପାରିବେ ନାହିଁ ? ଆଜିର ଏହି ଆବୋରଧରେ ଖଲ୍ଲିକୋଟ କିଶୋର ଚନ୍ଦ୍ର ସାହୁ, ରଙ୍କନିଧି ପାତ୍ର, ନାଗେଶ୍ୱର ଚାନ୍ଦ, ତ୍ରିନାଥ ବାରିକ, ରଙ୍ଗେଇଲୁଣ୍ଡା ସୁଦର୍ଶନ ପାତ୍ର, ରମେଶ ଚନ୍ଦ୍ର କର ପ୍ରମୁଖଙ୍କ ସହ ବହୁ ଚାଷୀ ଅଂଶ ଗ୍ରହଣ କରିଛନ୍ତି । ଯେତେବେଳ ଯାଏଁ ଚାଷୀଙ୍କ ସମସ୍ୟାର ସମାଧାନ ଓ ଦାବି ପୂରଣ କରାନଯାଏ ସେତେବେଳ ଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା