

ଛତ୍ରପୁର (ସମୃଦ୍ଧ ଓଡିଶା) ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ନିର୍ବାଚନରେ ଅସହଯାଗ କରିବା ସହ ବିଭିନ୍ନ ଦାବି ନେଇ ଶରତାଧିକ କର୍ମକର୍ତ୍ତା ରିକାପଲ୍ଲୀ଼ ସ୍ଥିିତ ମାଁ ବ୍ୟାଘ୍ରଦେବୀ ମନ୍ଦିିର ନିକଟରୁ ଏକ ସହର ପରିକ୍ରମା କରିି ଛତ୍ରପୁର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସେଥିରେ ସଙ୍ଗଠନ ପକ୍ଷରୁ ରାଜ୍ୟ ସରକାର କୃଷକଙ୍କୁ ଉପଯୁକ୍ତ ମୁଲ୍ୟ (ପ୍ରାଇସ୍), ସମ୍ମାାନ (ପ୍ରେଷ୍ଟିିଜ୍ ) ଏବଂ ପେନସନ୍ ପ୍ରଦାନ ଦାବି ଉପସ୍ଥାାପନ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ବିଚାରକୁ ନେଇନାହାନ୍ତି କି ନେଉନଥିବା ଅଭିଯୋଗ କରାଯାଇଛି । ଏହାସହ ସେମାନେ ପ୍ରଶ୍ନ କରିଛନ୍ତି ଯଦି ଚାଷୀଙ୍କୁ ଭୁବନେଶ୍ୱର ବନ୍ଦ, ନିଜର ଅସୁବିଧା ଓ ଦାବି ବିଷୟରେ ଆନ୍ଦୋଳନ କରିବାକୁ ମନା, ଧାରଣାରେ ବସିବାକୁ ମନା, ଚାଷୀଙ୍କ ପିଲାମାନଙ୍କୁ ନିଯୁକ୍ତି ନାହିଁ, ଚାଷ ଜମିକୁ ଜଳ ନାହିଁ ଯଦି ଚାଷୀଙ୍କ ପାଇଁ କୌଣସି ସୁବିଧା ନାହିଁ ତେବେ ଏହି ଭୋଟ କଣ ପାଇଁ ? ବହୁବାର କୃଷକ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱରରେ ଦାବି ଉପସ୍ଥାାପନ କରିବା ପାଇଁ ଯିବାବେଳେ ପୋଲିସ ଚାଷୀଙ୍କୁ ଗିରଫ କରିଥିଲେ । କୃଷକ ନେତାମାନେ ଗଣତାନ୍ତ୍ରିନ୍ତ୍ରିକ ଉପାୟରେ ଲଢ଼େଇ ଜାରି ରଖିଥିବାବେଳେ ରାଜ୍ୟ ସରକାର ବଳପୁର୍ବକ ଚାଷୀଙ୍କୁ ଗିରଫ କରିଥିଲେ । ସମ୍ବିିଧାନର ଧାରା ୧୯ ଅନୁଯାଇ ସମସ୍ତ ଜନସାଧାରଣଙ୍କ ସ୍ୱାଧୀ଼ୀନ ମତବ୍ୟକ୍ତ କରିବାର ଅଧିକାର କିନ୍ତୁୁ ଚାଷୀଙ୍କଠାରୁ କାହିଁକି ଏହା ଛଡାଇ ନିଆଯାଉଛି ବୋଲି ସଙ୍ଗଠନର ରାଷ୍ଟ୍ରୀ଼ୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତିି । ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀ଼କାନ୍ତ ସେଠୀ଼ଙ୍କ ଜରିଆରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପରେ ଛତ୍ରପୁର ଏସଡ଼ିପିଓ ଉତ୍କଳ କେଶରୀ଼ ଦାଶର ଘଟଣା ସ୍ଥଳରେ ଧାରଣା କର୍ମୀମାନଙ୍କୁ ଗିରଫ କରି ଥାନାକୁ ନେଇଥିଲେ ପରେ ବ୍ୟକ୍ତିିଗତ ମୁଚାଲିକାରେ ଛାଡ଼ିଥିଲେ । ଏହି ଧାରଣାରେ ଇଜୁଅମିନ୍ ଖାନ୍ , ପୂର୍ଣ୍ଣଚନ୍ଦ୍ର ଦାସ, ପ୍ରଦୀ଼ପ ନାହାକ, ଯୁବ ଛାତ୍ର ସଂଯମନୱର ଅଲି, ଦେରଦବି ପ୍ରସାଦ ମହାରଣା, ଅଶୋକ ଜେନା, ସୁଦର୍ଶନ ପାତ୍ର, ରମେଶ କର, ରଙ୍କ ପାତ୍ର, ବିଜୟ କୁମାର ଜେନା ଓ ଲାଲ ମୋହନ ବେହେରାଙ୍କ ସମେତ ବହୁୁ ସଂଖ୍ୟକ ଚାଷୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



