

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ସହର ସ୍ଥିତ ଜଗନ୍ନାଥ ମନ୍ଦିର ନିକଟସ୍ଥ ଗୁର୍ଖା ସହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନବଜାତ ଶିଶୁର ମୃତ ଦେହକୁ ବୁଲାକୁକୁର ମାନେ ଝୁଣୀ ଝୁଣୀ କରି ଖାଉଥିବାର ଦେଖିବାକୁ ମିଳିଛି । ଦଳେ କୁକୁର ଶିଶୁର ଛାତିରୁ ମୁଣ୍ଡ ପର୍ଯ୍ୟନ୍ତ ଟାଣି ଉଟାରୀ ଖାଇ ଦେଇଛନ୍ତି । ତେବେ କିଏ ଓ କାହିଁକି ଶିଶୁର ମୃତ ଦେହକୁ ଗୁର୍ଖା ସାହି ନିକଟରୃ ଛାଡି ଦେଇ ଚାଲିଗଲା ତାହା ସ୍ପଷ୍ଟ ହୋଇନାହିଁ । ଆଜି ସକାଳୁ ଗୁର୍ଖା ସାହି ମୁଣ୍ଡରେ ଥିବା ଜଣଙ୍କ ଘର ବାରଣ୍ଡାରେ କୁକୁର ମାନେ ଶିଶୁଟିର ମୃତ ଦେହ ଖାଉଥିବା ମହିଳା ମାନେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲକଙ୍କ କହିବାନୁସାରେ ଆଜି ସକାଳ ୧୧ଘଣ୍ଟା ସମୟରେ କିଛି ଲୋକ ମନ୍ଦିରରୁ ଫେରୁଥିବା ବେଳେ କୁକୁରମାନେ କାମୁଡାକାମୁଡ଼ି ହଉଥିବାର ଦେଖି ସେମାନଙ୍କ ଘଉଡିବା ପାଇଁ ଗଲାବେଳେ ଗୋଟିଏ ନବଜାତ ଶିଶୁର ମୃତ ଦେହ ପଡିଥିବା ବେଳେ କୁକୁର ମାନେ ଝୁଣି ଝୁଣି ଖାଉଥିବାର ଦେଖିବାକୁ ପାଇଥିଲେ । କୁକୁରକୁ ଘଉଡିବା ପରେ କୁକୁର ମୃତ ଶିଶୁର ଦେହକୁ ଧରି ପାଖ ଜଙ୍ଗଲକୁ ଚାଲି ଯାଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ତେବେ ସେହି ମୃତଶିଶୁଟି ଆସିଲା କେଉଁଠୁ ବା କିଏ ଫୋଫାଡ଼ି ଦେଇଗଲା ତାହା ବର୍ତ୍ତମାନ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ