ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ତଥା ରବିବାର ନବଜୀବନ ସେବା ଆଶ୍ରମ ପରିସରରେ ଅର୍ଣ୍ଣଲକ୍ଷ୍ମୀ (free monthly ration distrubution) କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବଜୀବନ କ୍ଳାଇଣ୍ଡ ରିଲିଫ ସେଣ୍ଟରର ପ୍ରତିଷ୍ଠାତା ଡ଼. ଶ୍ରୀଧର ଆଚାର୍ଯ୍ୟ କର କମଳରେ ଆରମ୍ଭ କରାଯାଇଥିଲା । ଆଶ୍ରମ ତରଫରୁ କୁକୁଡ଼ାଖଣ୍ଡି ବ୍ଲକ ଏବଂ କନିସି ବ୍ଲକର ସବୁ ଗ୍ରାମ ପଞ୍ଚାୟତ ସର୍ଭେ କରାଯାଇ ନିହାତି ଅସୁବିଧା (very needy wide old women)ମାନଙ୍କୁ ସୂଚିତ କରାହୋଇ ୧୦ ଖଣ୍ଡ ଗ୍ରାମରୁ ୨୫ ଜଣକୁ ପ୍ରତି ମାସର ଖାଦ୍ୟ ବସ୍ତ୍ର ସହ ନିତ୍ୟ ବ୍ୟବହାର କରିବା ଜିନିଷ ସବୁ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ପ୍ରତି ମାସର ୨ୟ ରବିବାର ଦିନ ଆଶ୍ରମକୁ ଆସି ନେବା ପାଇଁ ଡ଼. କେ. ଶ୍ରୀଧର ଆଚାର୍ଯ୍ୟ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାମଣା, ଆର.ଏଭି. ଲକ୍ଷ୍ମୀ ମହନ୍ତ, ଚିନ୍ମୟା ନନ୍ଦନି ମହାରାଜ, ସ୍ୱାମୀ ଭୂମାନନ୍ଦ ଗିରି, ରତ୍ନାକର ପ୍ରଧାନ, ରଞ୍ଜନ ତ୍ରିପାଠୀ, ଗଙ୍ଗାଧର ପଣ୍ଡା, ସସ୍ମିତା ମହାରଣା, ଭାରତ ସ୍ୱାଇଁ, ଆଶ୍ରମର ପରିଚାଳକ ଶ୍ରୀ ସୁଶାନ୍ତ କୁମାର ମହାରଣା କାର୍ଯ୍ୟକ୍ରମକୁ ସଂଚାଳନ କରି ସମ୍ପାଦନ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା