ନବନିର୍ମିତ ଘରର ଛାତ ଭୁଷୁଡି ଘର ମାଲିକଙ୍କ ମୃତ୍ୟୁ …

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ଶିରିକଣା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ନିର୍ମାଣଧୀନ ଗୃହର ଛାତ ଭୁଶୁଡି ଘର ମାଲିକଙ୍କ ମୃତ୍ୟୁ ହୋଇଛି । ମୃତ ମାଲିକଙ୍କ ନାମ ଏଙ୍କେଟି ସେନାପତି ବୋଲି ଜଣାପଡ଼ିଛି । ଗତ ୫ଦିନ ତଳେ ଏଙ୍କେଟି ସେନାପତିଙ୍କ ଘରର କଂକ୍ରିଟ ଛାତ ପଡ଼ିଥିଲା । ତେବେ ଆଜି ହଠାତ୍‌ ଏଙ୍କେଟି ଘରର ଛାତର ସେଣ୍ଟ୍ରିଙ୍ଗ କାଡୁଥିବା ସମୟରେ ହଠାତ୍‌ ନିର୍ମାଣଧୀନ ଛାତ ଭୁଶୁଡି ପଡ଼ିଥିଲା । ଫଳରେ ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘତ ଲାଗି ରକ୍ତ ବାହାରି ଥିଲା । ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଟାଉନ୍‌ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ତାଙ୍କ ସହ ଥିବା ମିସ୍ତ୍ରୀ ଧର୍ମା ରାଓ ବିଡିକା ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ରିପୋର୍ଟ : ତୁଷାର ରଞ୍ଜନ  ସାହୁ


ମିସ୍ତ୍ରୀ ଧର୍ମା ରାଓ ବିଡିକା ଗୁରୁତର

ରିପୋର୍ଟ : ତୁଷାର ରଞ୍ଜନ  ସାହୁ