ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ “ନବୀନ” କାର୍ଯ୍ୟାୟରେ ୭୩ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଡ଼. ଡ଼ମ୍ବରୁଧର ସାହୁ ମୁଖ୍ୟଅତିଥି ଭାବେ ଯେ ।ଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ବି. ସତ୍ୟମ ଆଚାରୀ, ସୁଧୀର କୁମାର ପଣ୍ଡା, ପବିତ୍ର କୁମାର ଚୌଧୁରୀ, ସୁଶାନ୍ତ କର, ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଭଗବତ ଚାରିଟେବଲ ଟ୍ରଷ୍ଟ ସଭାପତି ଏସ୍. ପ୍ରକାଶ ଚନ୍ଦ୍ର ପାତ୍ର, ସାମ୍ବାଦିକ ରାକେଶ କୁମାର ଷଡ଼ଙ୍ଗୀ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଅଂଶଗ୍ରହଣ କରି ଦେଶାତ୍ମବୋଧକ କବିତା ପାଠ କରିଥିଲେ ବୋଲି ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ଜଣାଇଛନ୍ତି ।