ଭୁବନେଶ୍ୱର(ସମୃଦ୍ଧ ଓଡିଶା)ସଂପ୍ରତି ନିର୍ବାଚନ ପାଇଁ ଟିକଟ ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଭୁବନେଶ୍ୱର ଗସ୍ତ ତଥା ତାଙ୍କ ଭୂମିକାକୁ ନେଇ ରାଜନୈତିକ ପରିସ୍ଥିତି ସରଗରମ ହୋଇ ଉଠିଛି। କିଛି ଦିନହେଲା ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଗୁରୁତ୍ୱ ଦେବାକୁ ପ୍ରୟାସ କରୁଥିବାରୁ ଓ ଅନ୍ୟପଟେ ପଶ୍ଚିମ ଓଡିଶାରୁ ଲଢ଼ିବା ପାଇଁ ନିମନ୍ତ୍ରଣ ଆସୁଥିବାରୁ ନବୀନ ବର୍ତ୍ତମାନ ହିଞ୍ଜିଳି ନିର୍ଵାଚନ ମଣ୍ଡଳୀ ଛାଡି ପଶ୍ଚିମ ଓଡିଶାରେ ଲଢ଼ିବେ ଏପଟେ ଗୀତାଙ୍କ ପାଇଁ ଛାଡ଼ିବେ ହିଞ୍ଜିଳି ନିର୍ଵାଚନ ମଣ୍ଡଳୀ ବୋଲି ଚର୍ଚ୍ଚା ହେଉଛି। ଆଉ ମଧ୍ୟ ଗୀତା ହେବେ ରାଜ୍ୟ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହେଟ୍ଟା ନବୀନ ନିବାସରେ ପହଞ୍ଚିବା ନେଇ ଏବେ ରାଜନୈତିକ ମହଲ ସରଗରମ ହୋଇଉଠିଛି । ଟିକେଟ ବଣ୍ଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ଆଲୋଚନା ମଧ୍ୟ ହେଉଛି। ତେବେ ପଦ୍ମ ପୁରସ୍କାର ପାଇଁ ଗୀତା ମେହେଟ୍ଟାଙ୍କ ନାମ ମନୋନୀତ ହୋଇଥିଲେ ମଧ୍ୟ ଏହାକୁ ବିନମ୍ରତାର ସହ ସେ ପ୍ରତ୍ୟାଖାନ କରିଥିଲେ । ଏବଂ ନିର୍ବାଚନୀ ମାହୋଲରେ ଏହା ଭୁଲ୍ ବାର୍ତା ଦେଇପାରେ ବୋଲି କହି ଗୀତା ମେହେଟ୍ଟା ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପାଇଁ ବିନମ୍ରତାର ସହ ମନା କରିଦେଇଥିଲେ । ସେପଟେ ଆଜି ବି ନବୀନ ନିବାସରେ ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଖାସ୍ କରି ଆଜି ପଶ୍ଚିମଓଡିଶାର ନେତାଙ୍କ ଭିଡ ନବୀନ ନିବାସରେ ଦେଖିବାକୁ ମିଳିଛି । ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ର୍ତିକୀ ଆଜି ନବୀନ ନିବାସରେ ପହଁଚିଛନ୍ତି । ତେବେ ଦଳର ସଭାପତି ଯାହା ବି ନିଷ୍ପତି ନେବେ ତାକୁ ପାଳନ କରିବେ ବୋଲି ଦିଲ୍ଲୀପ ର୍ତିକୀ କହିଛନ୍ତି। ଗତକାଲି ରାତିରେ ମଧ୍ୟ ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା।