ଭୁବନେଶ୍ବର(ସମୃଦ୍ଧ ଓଡିଶା )ମହିଳାମାନଙ୍କ ପାଇଁ ବିଧାନସଭା ଓ ଲୋକସଭାରେ ଆସନ ସଂରକ୍ଷଣ ଦାବି ପ୍ରମୁଖ ପ୍ରସଙ୍ଗ ହେବ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ, ଚାଷୀ ସମସ୍ୟା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ତିତଲି କ୍ଷୟକ୍ଷତି ପ୍ରଦାନରେ ଅବହେଳା, ମହାନଦୀ ଓ ପୋଲାଭରମ୍ ନଦୀ ଜଳ ବିବାଦ ଏଭଳି ୯ଟି ପ୍ରସଙ୍ଗକୁ ନେଇ ସଂସଦରେ ଗର୍ଜିବେ ବିଜେଡି ସାଂସଦମାନେ । ଲୋକସଭାରେ ଉଠାଯିବ, ରାଜ୍ୟସଭାରେ ମଧ୍ୟ।ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିେବଶନ ପାଇଁ ଆଜି ନବୀନ ନିବାସରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ଏଭଳି ରଣନୀତି ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ସ୍ବାର୍ଥ ସମ୍ବଳିତ ଏସବୁ ପ୍ରସଙ୍ଗ ଉଠାଇବା ଲାଗି ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ।ବୈଠକର ନିଷ୍ପତ୍ତି ଶୁଣାଇ ସାଂସଦ ପ୍ରତାପ ଦେବ ଗଣମାଧ୍ୟମକୁ କହିଥିଲେ, ମହିଳାମାନଙ୍କ ସଶକ୍ତୀକରଣ ପାଇଁ ଏକଦା ବିଜୁ ବାବୁ ପଞ୍ଚାୟତ ନିର୍ବାଚନ ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣକୁ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ କରିସାରିଛନ୍ତି। ଏବେ କିନ୍ତୁ ସମୟ ଆସିଛି ବିଧାନସଭା ଓ ଲୋକସଭାରେ ୩୩% ସଂରକ୍ଷଣ କରାଯିବା ଦରକାର। ଏ ନେଇ କିଛି ଦିନ ତଳେ ରାଜ୍ୟ ବିଧାନସଭାରେ ସର୍ବ ସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଛି। ଏହି ବିଲ୍ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି। ଇତିମଧ୍ୟରେ ୨୨ଟି ପ୍ରମୁଖ ଦଳର ମୁଖିଆଙ୍କୁ ଭେଟିବା ଲାଗି ବିଜେଡି ଟିମ୍ ଚୟନ କରିଛି। ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି କରିଛନ୍ତି। ଏହି ପ୍ରସଙ୍ଗକୁ ସାଂସଦମାନେ ଉଭୟ ସଂସଦରେ ଉଠାଇବେ।ସେହିଭଳି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଲାଗି ବିଜେଡି ଦୀର୍ଘ ଦିନ ଧରି ଦାବି କରୁଛି। ବିଜେପି ମଧ୍ୟ ୨୦୦୦ ମସିହାରୁ ବିଜେଡି ସହିତ ସ୍ୱର ମିଳାଇଛି। ନୀତି ଆୟୋଗକୁ ଆଳ କରି କେନ୍ଦ୍ର ସରକାର ଏବେ ଏ ଦାୟିତ୍ୱରୁ ଓହ୍ଲାଇ ଯାଉଛନ୍ତି। ଦାବି ରହିବ, ସବୁ ନିୟମ ବଦଳୁଛି, ତେବେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ କାହିଁକି ହେବନାହିଁ ? ଅନ୍ୟ କିଛି ରାଜ୍ୟ ମଧ୍ୟ ଏ ପ୍ରସଙ୍ଗ ଉଠାଉଛନ୍ତି। ସେମାନଙ୍କ ସହିତ ମଧ୍ୟ ବିଜେଡି ଏ କ୍ଷେତ୍ରରେ ଆଲୋଚନା କରିବ।ସ୍ବାମୀନାଥନ୍ କମିଟି ରୀପାର୍ଟ ଲାଗୁ କରିବା ପାଇଁ ୨୦୧୪ରେ ବିଜେପିର ନିର୍ବାଚନ ପ୍ରତିଶ୍ରୁତି ଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚର ଦେଢ ଗୁଣା କରିବେ ବୋଲି ବି କହିଥିଲେ। ମାତ୍ର କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା କରି କେନ୍ଦ୍ର ସରକାର ଅଧାରେ ରହିଗଲେ। ତିତଲି ବାତ୍ୟା ପରେ କେନ୍ଦ୍ର ଅନ୍ୟ ରାଜ୍ୟକୁ ଆର୍ଥିକ ସହାୟତା ଦେଲେ। ଓଡ଼ିଶାକୁ ମିଳିଲାନି। କେନ୍ଦ୍ରୀୟ ପ୍ରତିନିଧି କ୍ଷୟକ୍ଷତି ଆକଳନ କଲେ, ଓଡ଼ିଶା ସରକାରଙ୍କୁ ପ୍ରଶଂସା କଲେ। ଏ କ୍ଷେତ୍ରରେ ରାଜ୍ୟ ସ୍ୱାର୍ଥକୁ ଯେଭଳି ଅଣଦେଖା କରାଯାଇଛି, ତାହା ମଧ୍ୟ ସାଂସଦମାେନ ଉଠାଇବେ। କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଟଙ୍କା କାଟିଦେଇଥିବା ସଂପର୍କରେ ଆେଲାଚନା ହୋଇଛି। ପୂର୍ବରୁ ଓଡ଼ିଶା ୨୨୦ କୋଟି ପାଉଥିଲା। କେନ୍ଦ୍ର ଏହାକୁ ୩୦ରୁ ୪୦ କୋଟି ମଧ୍ୟରେ ସୀମିତ ରଖିଛନ୍ତି। ଧାର୍ଯ୍ୟ ସମୟରେ ନିଜ ଅଂଶଧନ ବି ଦେଉନାହାନ୍ତି। ଏହା ଏକ ବଡ଼ ପ୍ରତାରଣା। ସେହିଭଳି ବକ୍ସି ଜଗବନ୍ଧୁଙ୍କ ନାମରେ ଟ୍ରେନ ଚଳାଚଳ ପାଇଁ ଦାବି ହୋଇଥିଲା। ଏଯାଏ କେନ୍ଦ୍ର ନିଷ୍ପତ୍ତି ହେଉନାହିଁ। ବକ୍ସିଙ୍କ ସ୍ବାଧୀନତା ସଂଗ୍ରାମ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କେନ୍ଦ୍ର ମାନିଲା, କିନ୍ତୁ ଏ ମାନ୍ୟତା ବି ମିଳୁନାହିଁ। ଉଭୟ ସଦନ ସାମ୍ନାରେ ବିେଜଡି ସାଂସଦ ଏକଥା ଉଠାଇବେ।ଏହାବ୍ୟତୀତ େକନ୍ଦୁପତ୍ର ତୋଳାଳିଙ୍କ ଉପରେ ଲାଗୁ ୧୮ ପ୍ରତିଶତ ଜିଏସଟିକୁ ୫ ପ୍ରତିଶତ କମାଇବା େକ୍ଷତ୍ରରେ େକନ୍ଦ୍ର ଟାଳଟୁଳ ନୀତି କରୁଛି। େରଳବାଇ େକ୍ଷତ୍ରରେ ଓଡ଼ିଶାକୁ ଅଧିକ ପଇସା ଦିଆଯାଉଛି, କିନ୍ତୁ କାମର ଗତି କଚ୍ଛପ। ଏବଂ ମହାନଦୀ ଟ୍ରିବ୍ୟୁନାଲର ମନ୍ଥର ଗତି, େପାଲାଭରମ୍ େକ୍ଷତ୍ରରେ େକନ୍ଦ୍ରର ଆଭିମୁଖ୍ୟ ଉପରେ ବିେଜଡି ସଂସଦରେ ପ୍ରଶ୍ନ ଉଠାଇବ।