ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର ( ଆକାଶ ମିଶ୍ର ) – ସ୍ଥାନୀୟ କ୍ୟାପିଟାଲ୍ ହସ୍ପିଟାଲ୍ ପରିସର ମଧ୍ୟରେ ଥିବା ରକ୍ତଦାନ ଭଣ୍ଡାରଠାରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଉପମହାନିର୍ଦ୍ଧେଶକ ଡି.ଏ.ଭି.ପି. ସ୍ୱର୍ଗତ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କର ତୃତୀୟ ସ୍ମୃତିଚାରଣ ଦିବସ ଉପଲକ୍ଷେ ସାମାଜିକ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି  । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ ସୁରେଶ ମନ୍ତ୍ରୀ, ସମ୍ମାନିତ ଅତିଥି ଭାବେ ସଂପାଦିକା ସମିତା ମହାରଣା, ଶିବନାରାୟଣ ମିଶ୍ର ଉଦ୍ଘାଟନ କରିଥିଲେ  । ରକ୍ତଦାତାମାନଙ୍କ ମଧ୍ୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସୁରେନ୍ଦ୍ର କୁମାର ସାହୁ, ରମେଶ କୁମାର ମହାପାତ୍ର, ସଂଗ୍ରାମ ତ୍ରିପାଠୀ ପ୍ରମୁଖ ରକ୍ତଦାନ କରିଥିଲେ  । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ମଦନମୋହନ ପାଢ଼ୀ  । ଅନୁଷ୍ଠାନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୪୦ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇଥିଲା  । ସ୍ୱର୍ଗତଃ ତ୍ରିପାଠୀ ରକ୍ତଦାନକୁ ପ୍ରୋତ୍ସାହିତ କରିବା ସହିତ ସାମାଜିକ କାର୍ଯ୍ୟରେ ମଧ୍ୟରେ ଜଡ଼ିତ ରହିଆସିଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  ।