ନାରୀ ସୁରକ୍ଷା ପାଇଁ ଲଢେଇକୁ ଆଗେଇ ନିଅ : ନବମ ଗଣତାନ୍ତ୍ରିକ ମହିଳା ସମିତି ସମ୍ମିଳନୀର ଆହ୍ୱାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂପ୍ରତି ମହିଳାମାନଙ୍କ ଉପରେ ହେଉଥିବା ଆକ୍ରମଣ କନ୍ୟାଭୃଣ ହତ୍ୟା, ସମାନ କାମକୁ ସମାନ ମଜୁରୀ, ସମସ୍ତଙ୍କୁ ନିଯୁକ୍ତି, ମଦ ପ୍ରସାର ଓ ବିକ୍ରୀ ବନ୍ଦ କରିବା ଘରୋଇ ହିଂସା ବିରୋଧରେ, ସଂପ୍ରଦାୟିକ ହିଂସା ଓ ବିଦ୍ୱେଷ ବନ୍ଦ କରିବା ବିରୋଧରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜଳେଶ୍ୱର ସମିତି, ଜଳେଶ୍ୱର ବ୍ଲକ ସମ୍ମିଳନୀ ୯ମ ବ୍ଲକ ସମ୍ମିଳନୀ ଶନିବାର ପୂର୍ବାହ୍ନାରେ ନୂଆବଜାରସ୍ଥିତ ଭଂଜ ମଣ୍ଡପଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ବ୍ଲକ ସଭାନେତ୍ରୀ ଆରତୀ ପଲାଇ, ଅପର୍ଣ୍ଣ ନନ୍ଦୀ ଏବଂ ଦେବଦାନୀ ଅଣ୍ଡିଆଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଦ୍ୱାରା ସମ୍ମିଳନୀ ପରିଚାଳନା ହୋଇଥିଲା । ପ୍ରାରମ୍ଭରେ ସଂଗଠନର ପତାକା ଉତ୍ତୋଳନ ପରେ ସହୀଦ ବେଦୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସମ୍ମିଳନୀକୁ ରାଜ୍ୟ ସମ୍ପାଦିକା ସଂଧ୍ୟା ଦାସ, ମଜୁଦାର ଉଦଘାଟନ କରି ଗତ ୩ବର୍ଷର ସଂଗଠନର ବିଭିନ୍ନ କାର୍ଯ୍ୟାବଳୀ ଉପରେ ପର୍ଯ୍ୟାଲୋଚନା ମୂଳକ ରିପୋର୍ଟ ଉପସ୍ଥାପନା କରିବା ପରେ ତାହା ସର୍ବ ସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହି ଅବସରରେ ଜଳେଶ୍ୱର ବ୍ଳକ ସ୍ତରରେ ମ୍ୟାଟ୍ରିକ ପରୀକ୍ଷାରେ ୯୦% ମାର୍କ ରଖିଥିବା ଉଷଶୀ ଜେନା, ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କ୍ଷେତ୍ରରେ ଆଲୋଚନା କରୁଥିବା ସ୍ନେହଲତା ପଣ୍ଡା ଓ ମଦ ବଂଦ ଆନ୍ଦୋଳନରେ ନେତୃତ୍ୱ ନେଇଥିବା ବନ୍ଦନା ପଲାଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମିଳନୀର ଉଦଯାପନୀ ବକ୍ତବ୍ୟରେ ସଂଗଠନର କେନ୍ଦ୍ରୟୀ ସଂପାଦିକା ତାପସୀ ପ୍ରହରାଜ ଯୋଗ ଦେଇ କେନ୍ଦ୍ରର ମୋଦୀ ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ । ଶେଷରେ ୧୭ଜଣ ବ୍ଲକ କମିଟି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ଆରତୀ ପଲାଇ ସରକାରୀ ଭାବେ ଓ ସ୍ନେହଲତା ପଣ୍ଡା ସଂପାଦିକାଭାବେ ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀରେ ଜଳେଶ୍ୱର ବ୍ଲକର ବିଭିନ୍ନ ପଂଚାୟତରେ ୧୫୦ ଉର୍ଦ୍ଧ ମହିଳା ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା