ଛତ୍ରପୁର (ସମୃଦ୍ଧ ଓଡିଶା) ଆଗାମୀ ସାଧାରଣ ନିର୍ବାଚନ ପ୍ରରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ କେତେକ ବୁଥକୁ ସ୍ୱତନ୍ତ୍ର ଭାବେ ମହିଳା କର୍ମଚାରୀମାନେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବୁଥରେ ନିଯୁକ୍ତ ମୋଟ ୬ଜଣ କର୍ମଚାରୀ ସମସ୍ତେ ମହିଳା ବର୍ଗର ହିଁ ରହିବେ । ଏହି ବୁଥକୁ ପିଙ୍କ ବୁଥ ଭାବରେ ନାମିତ କରାଯିବ ।ଜିଲ୍ଲାରେ ଚଳିତ ନିର୍ବାଚନ ପାଇଁ ଧାର୍ଯ୍ୟ ୩୦୬୩ ବୁଥ ମଧ୍ୟରୁ ୧୩ ଗୋଟି ବୁଥକୁ ପିଙ୍କ ବୁଥ କରାଯିବ । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ବୁଥ ପିଙ୍କ ବୁଥରେ ପରିଣତ ହେବେ । ଏଥିପାଇଁ ନିରୁପିତ ୯୮ ଜଣ ମହିଳା କର୍ମଚାରୀଙ୍କୁ ଛତ୍ରପୁର ଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଓ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ୧୦ ଗୋଟି ବୁଥକୁ ମଡେଲ ବୁଥ ଭାବରେ ପରିଣତ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ମଡେଲ ବୁଥ ଗୁଡିକରେ ଭୋଟର ମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା ଦ୍ୱାରା ମତଦାନ ପାଇଁ ଭୋଟର ମାନଙ୍କର ଆଗ୍ରହ ବୃଦ୍ଧି ହେବା ସହିତ ଜଣେ ମର୍ଯ୍ୟଦା ଜନକ ଭୋଟର ଭାବେ ଗର୍ବ ଅନୁଭବ କରିପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା