ଫୁଲନଖରା(ସମୃଦ୍ଧଓଡିଶା) ଜନ୍ମଦିନ ଆସିଲେ ଆଜିର ଆଧୁନିକ ମନରେ ଉଙ୍କି ମାରେ ନୂଆ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ବନ୍ଧୁ ଓ ଶୁଭେଚ୍ଛୁ ଙ୍କ ଗହଣରେ କ୍ୟାଣ୍ଡଲ ଜଳାଇ କେକ୍ କାଟିବା । କିନ୍ତୁ ଯୁବ ସମାଜସେବୀ କଳ୍ପତରୁ ଖୁଣ୍ଟିଆ ଙ୍କ କ୍ଷେତ୍ରରେ ଜନ୍ମଦିନ ପାଳନ ଥିଲା ପୁରା ନିଆରା । ରକ୍ତ ଦାନ ଜୀବନ ଦାନ , ଏହି ଉକ୍ତିକୁ ଠିକ୍ ଭାବେ ଉପଲବ୍ଧ କରିଛନ୍ତି ଯୁବ ସାମାଜ ସେବୀ କଳ୍ପତରୁ ଖୁଣ୍ଟିଆ । ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଓ ସେବକ ସମ୍ବର୍ଦ୍ଧନା ଉତ୍ସବ କରି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି । କଟକ ସଦର ଥାନା ଅନ୍ତର୍ଗତ ଆମ୍ରପଲ୍ଲି ରିସୋର୍ଟ ପରିସରରେ ଅନୁଷ୍ଠିତ ଏହି ଉତ୍ସବ ରେ ପ୍ରସାର ଓଡ଼ିଆ ସାମାଜିକ ଗଣମାଧ୍ୟମ ଲୋଗୋ ଉନ୍ମୋଚିତ କରା ଯାଇଥିଲା । ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ୟାସୀଜୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବାବାଜୀ ଅମୃତାନନ୍ଦ ଦାସ ମହାରାଜ, ମୁଖ୍ୟ ଅତିଥି ଭାବେ ଆଡିସନାଲ ଡିସିପି ଜିତେନ୍ଦ୍ର ଦଳାଇ, ସୈାଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଜୟଶ୍ରୀ ମହାପାତ୍ର, ହ୍ୟୁମାନ ରାଇଟସ୍ ପ୍ରୋଟେକ୍ସନ ର ସଦସ୍ଯ ଡଃ ରାଜୀବ ପଟନାୟକ, ପ୍ରାର୍ଥନା ଚ୍ୟାନେଲ ଡାଇରେକ୍ଟର ସମ୍ପଦ ମହାପାତ୍ର, ସାହିତିକ ଅକ୍ଷୟ କୁମାର ମହାନ୍ତି, ପ୍ରାଚୀ ଗବେଷକ ହଂସନାଥ ସାହୁ, ଇଂ ସୁଶାନ୍ତ କୁମାର ତ୍ରିପାଠୀ, ଅଶ୍ବିନୀ କୁମାର ମହାପାତ୍ର, ମନିଷା ଦାସ ପଟ୍ଟନାୟକ, ମୋନିକା ଆଚାର୍ଯ୍ଯ, ସରପଞ୍ଚ ରୋହିଣୀ ଭୋଇ, ସମୀର ତ୍ରିପାଠୀ ପ୍ରମୁଖ ଯୋଗଦେଇ ତାଙ୍କର ନିଆରା ଢଙ୍ଗରେ ଜନ୍ମଦିନ ପାଳନ କୁ ଭୂୟସୀ ପ୍ରଶଂସା କରିବା ସହିତ ସାମାଜିକ ଗଣମାଧ୍ୟମ ପ୍ରସାର ଓଡ଼ିଆ ଚ୍ୟାନେଲ ଲୋକାଦୃତ ହେବା ସହ ସାଧାରଣ ଜନତାଙ୍କ ସ୍ବର ହୋଇ ଘରେ ଘରେ ପହଞ୍ଚିବା ପାଇଁ ଶୁଭକାମନା କରିଥିଲେ । ସମାଜ ସେବା କ୍ଷେତ୍ର ରେ ଉତ୍ସର୍ଗୀକୃତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ୨୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଯୁବ ଜାଗ୍ରତ ମଞ୍ଚ ର ଟ୍ରଷ୍ଟି ଅରୁଣ କୁମାର ସାହୁ, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ରମେଶ ଚନ୍ଦ୍ର ପ୍ରଧାନ, ଦିବ୍ୟାଶ୍ରୀ ସାହୁ, ଉମାକାନ୍ତ କର, ଦିଲ୍ଲୀପ କୁମାର ବେହେରା, ପ୍ରିୟଦର୍ଶିନୀ ସ୍ବାଇଁ, ସୁଦ୍ଧାଂଶୁ ବାଳା ପ୍ରଧାନ, କୈଳାଶ ସାହୁ, ପ୍ରକାଶ ମହାକୁଡ, ବିଭୁତି ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ସରୋଜ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର