ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ଦେଶରେ ବନ୍ଧୁତ୍ୱ ଦିବସ ପାଳନ ହୋଇଯାଇଛି । ୧୯୩୦ ମସିହାରେ ହାଲମାର୍କ କାର୍ଡର ସଂସ୍ଥାପକ ଜୋଏସ୍ ହାଲ୍ ବନ୍ଧୁତ୍ୱ ଦିବସ ପାଳନର ଶୁଭାରମ୍ଭ କରିଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା, ୨ୟ ଅଗଷ୍ଟରେ ଛୁଟିଦିନରେ ବନ୍ଧୁଙ୍କ ସହ ପାଳନ କରିବା ନିମନ୍ତେ । ୨୦ ଜୁଲାଇ ୧୯୫୮ ମସିହାରେ ଡଃ. ରାମନ୍ ଆର୍ଟେନିଓ ବ୍ରୋଚୋ ବନ୍ଧୁତ୍ୱ ଦିବସର ଅବଧାରଣା ପ୍ରଦାନ କରିଥିଲେ ଏବଂ ସେହିଦିନ ଠାରୁ ଅଗଷ୍ଟ ମାସର ପ୍ରଥମ ରବିବାରରେ ବିଶ୍ୱ ବନ୍ଧୁତ୍ୱ ଦିବସ ହିସାବରେ ପ୍ରତ୍ୟେକ ଦର୍ଷ ପାଳିତ ହୋଇ ଆସୁଅଛି । ଅନ୍ୟମାନଙ୍କୁ ବାସ୍ତବ ବନ୍ଧୁତ୍ୱର ଉଦାହରଣ ପ୍ରଦର୍ଶନ କରିବା ପାଇଁ ବ୍ରହ୍ମପୁରର ଇନେର୍ ୱ୍ହିଲ୍ କ୍ଲବ୍ ଏକତା ଦେଖାଇବା ନିମନ୍ତେ ବନ୍ଧୁତ୍ୱ ଦିବସ ପାଳନ କରିଥାଏ । ଇନେର୍ ୱ୍ହିଲ୍ କ୍ଲବ୍, ବ୍ରହ୍ମପୁରର ପୁରୁଖା ସଦସ୍ୟା ଶ୍ରୀମତୀ କେ.ୱାଣୀ ସେନାପତି ଓ ଶ୍ରୀମତୀ କେ. ନଞ୍ଜୁଳାଙ୍କ ପରିଚାଳନା କ୍ରମେ ସେମାନଙ୍କ କାର୍ଯ୍ୟକ୍ରମ “ନିୟନ୍ ରଙ୍ଗିଲା” ଯୋଡ଼ି ପ୍ରବେଶ ଓ ନିୟନ୍ ପୋଷାକ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ସୁନାମଧନ୍ୟ ଶ୍ରୀମତୀ ସୋନାଲି ହାଜ୍ରା (ସଭାନେତ୍ରୀ), ଅମିତା ଦାସ (ସମ୍ପାଦିକା), ଆଇଏସଓ ବନ୍ଦିତା ଦାସ, ପିଆରଓ ରତ୍ନମଣୀ କଟ୍ଟନ୍, ପିପି ସରିତା ଓ ପିପି ସଞ୍ଜୁକ୍ତା ସାହୁ ପ୍ରମୁଖ ସଦସ୍ୟା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା