ନିଜ ଜନ୍ମ ମାଟିରେ ସମ୍ବର୍ଦ୍ଧିତ ହେଲେ ଶ୍ରୀପାଲି

ଖଜୁରିଆକଟା(ସମୃଦ୍ଧଓଡିଶା)ଶନିବାର ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗାଲପଡା ପଞ୍ଚାୟତ ଅନ୍ତର୍ଗତ ଗାଲପଡ଼ା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦିବାକର ନାଥ ଓ ଶିକ୍ଷୟିତ୍ରୀ ଉପାଲି ମିଶ୍ରଙ୍କ ଜ୍ୟେଷ୍ଠା କନ୍ୟା ଶ୍ରୀପାଲି ୨୬୬ ତମ ରାଙ୍କ ରଖି ସଫଳତା ପାଇଛନ୍ତି। ଶ୍ରୀପାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ସ୍କୁଲ୍ ରେ ମ୍ୟାଟ୍ରିକ ଶେଷ ପରେ ବିଜେବି ଜୁନିଅର କଲେଜରୁ ଯୁକ୍ତ ଦୁଇ ଓ ଭବାନୀ ପାଟଣା କୃଷି ମହାବିଦ୍ୟାଳୟ ରେ ଗ୍ରାଜୁଏସନ ଶେଷ କରିଥିଲେ। ୨୦୨୪ ରେ ହରିୟାଣା ସ୍ଥିତ ଆଇସି- ଏ- ଆର୍ ଜାତୀୟ ଦୁଗ୍ଧ ଅନୁସନ୍ଧାନ ପ୍ରତିଷ୍ଠାନ ରୁ ପିଜି ଶେଷ କରିଥିଲେ। ଏହାପରେ ସେ ପ୍ରଶାସନିକ ସେବାପାଇଁ ପ୍ରସ୍ତୁତି କରୁଥିଲେ। ପ୍ରଥମ ପ୍ରଚେଷ୍ଟାରେ ସେ ଏହି ସଫଳତା ପାଇଥିଲେ। ମହିଳା ସଶକ୍ତିକରଣ ଓ ଶିକ୍ଷାର ବିକାଶ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ। ଦୈନିକ ଦଶରୁ ବାର ଘଣ୍ଟା ନିଜସ୍ଵ ପରିଶ୍ରମରେ ଏହି ସଫଳତା ପାଇଥିବା କଥା କହନ୍ତି ଶ୍ରୀପାଲି। ତାଙ୍କର ଏହି ସଫଳତା ପାଇଁ ଆଜି ଗାଲାପଡ଼ାବେରୁଆଁପାଳ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଲପଡ଼ା ସରପଞ୍ଚ ନର୍ମଦା ସେଠୀ , ଗାଲପଡା ଗ୍ରାମ ସଭାପତି ବୈକୁଣ୍ଠ ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରେଶ୍ୱର୍ ମିଶ୍ର, ଓକେସିଏଲ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ଶାଖା ପରିଚାଳକ ତଥା ସାମ୍ୱାଦିକ ପ୍ରଶାନ୍ତ ଜେନାମଣି , ଢେ଼ଙ୍କାନାଳ କିକ ବିକ୍ସିଂର ସଭାପତି ଶଶିକାନ୍ତ ଗଡ଼ନାୟକ ଙ୍କ ସମେତ ଗ୍ରାମର ଜୟକୃଷ୍ଣ ବେହେରା, ବସନ୍ତ ବେହେରା, ଅଜୟ ସାହୁ, ଶିଶିର ସାହୁ, ସନାତନ ପାଣିଗ୍ରାହୀ, ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀପାଲିଙ୍କର ପିତା ମାତା,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଓ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତି ଥିଲେ। ତାଙ୍କର ଏହି ସଫଳତା ପାଇଁ ହିନ୍ଦୋଳ ବ୍ଲକ ଚେୟାରମାନ ସସ୍ମିତାରାଣୀ ନାୟକ, ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ବିଡ଼ିଓ ଡ କଲ୍ୟାଣ ସୌରଭ ଦାସ ଶୁଭେଶ୍ଚା ଓ ଓ ଅଭିନନ୍ଦନ ଜଣାଇଛନ୍ତି.

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *