

କଟକ(ସମୃଦ୍ଧ ଓଡିଶା)ରାଜ୍ୟରେ ରାଜ୍ୟ ପୋଲିସ ମହାନିର୍ଦେଶକ ୧୮ଜଣ ପୋଲିସ ଅଫିସରଙ୍କୁ ପଦୋନ୍ନତି ଦେଇ ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରିଛନ୍ତି l ସେଥି ମଧ୍ୟରୁ କେନ୍ଦ୍ରାପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକଙ୍କୁ ନିମାପଡା ଏସଡିପିଓ ଭାବେ ବଦଳି କରାଯାଇଥିବା ବେଳେ କଟକରେ ଥିବା ଗିରିଜାନନ୍ଦନ ପଟ୍ଟନାୟକଙ୍କୁ ପଦୋନ୍ନତି ଦିଆଯାଇ ଗଞ୍ଜାମ ଜିଲ୍ଲାରେ ଏସଡିପିଓ ଭାବେ ଅବସ୍ଥାପିତ କରାଯାଇଛି l ରିପୋର୍ଟ : ରଜତ ମହାପାତ୍ର