ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଓ ପୁରୋଷୋତ୍ତମପୁର ପୋଲିସ ଉପଖଣ୍ଡ ସ୍ତରୀୟ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଏଥିରେ ମୁଖ୍ୟତଃ ବିଗତ ଦିନରେ ଓ ଆସନ୍ତା ମଇ ୨୩ରେ ନିର୍ବାଚନର ଭୋଟ ଗଣତିକୁ ଆଖିଆଗରେ ରଖି ଯେପରି ଗଣତି ପରେ ନିର୍ବାଚନ ସଂକ୍ରାନ୍ତୀୟ ଗଣ୍ଡଗୋଳ ନହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଉତେଜନାପୂର୍ଣ ଅଞ୍ଚଳଗୁଡିକରେ ଗଣ୍ଡଗୋଳ ସାମାନ୍ୟ ସମ୍ଭାବନା ରହିଥିବାରୁ ଏହାକୁ ନଜରେ ରଖି ସେହି ଅଞ୍ଚଳଗୁଡିକକୁ ଏବେ ଠାରୁ ତୀକ୍ଷଣ ନଜର ରଖିବା ପାଇଁ ସମସ୍ତ ଥାନା ଅଧିକାରୀମାନଙ୍କୁ ଏସପି ଶ୍ରୀରାଏ ନିର୍ଦ୍ଦେଶ ଦେଇଛନ୍ତି । ଥାନାଗୁଡିକରେ ରହିଥିବା ପୁରୁଣା କେସଗୁଡିକର ତୁରନ୍ତ ତଦନ୍ତ କରି ସାରିବାକୁ ମଧ୍ୟ ଏସପି ଶ୍ରୀ କହିଛନ୍ତି । ଏହି ଅବସରରେ ୨୦୧୯ ସାଧାରଣ ନିର୍ବାଚନ ଓ ଫନି ଝଡ଼ ବାତ୍ୟାରେ ସମସ୍ତ ପୋଲିସ ଅଧିକାରୀମାନେ ସଫଳ ମୁକାବିଲା କରିଥିବାରୁ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ଏସପି ଶ୍ରୀ ରାଏ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୀକ୍ଷା ବୈଠକରେ ଗଂଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ ଓ ସୀତାରାମ ଶତପଥୀ, ହେଡକ୍ୱାଟର ଡ଼ିଏସପି ଦିଲ୍ଲୀପ ଦାସ, ଡିଆଇବି ଡ଼ିଏସପି ପି.କେ.ଦଲାଇ, ଡ଼ିଏସପି ସମୁଲିସ ପ୍ରଧାନ, ଛତ୍ରପୁର ଏସଡ଼ିପିଓ ଉତ୍କଳ କେଶରୀ ଦାସ, ପୁରୋଷୋତ୍ତମପୁର ଏସଡ଼ିପିଓ ନିମାଇଁ ସେଠୀ, ପୋଲିସ ରିଜର୍ଭ ଇନିସପେକ୍ଟର ସୁବଳ ସୋରେନଙ୍କ ସମେତ ସମସ୍ତ ଥାନା ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା