ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଗୋଷ୍ଠୀ କନ୍ଦଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି । ପିସିସି ପକ୍ଷରୁ ପ୍ରଥମେ ରାମକୃଷ୍ଣ ପଣ୍ଡାକୁ ହିଂଜିଳି ପାର୍ଥି ରୂପେ ଘୋଷଣା କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ, ଟିଭି, ପତ୍ରିକା ଜରିଆରେ ଏବଂ ପିସିସିଙ୍କ ନିକଟରୁ ଟିକେଟ ପାଇଁ ଫୋନ ମଧ୍ୟ ଆସିଥିଲା । ୨୫ ତାରିଖରେ ସେ ନିଜର ସମସ୍ତ ସମର୍ଥକଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ପୁଣି ୨୬ ତାରିଖରେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ଟିକେଟ ଦିଆଯାଇଥିଲା । ଶମ୍ଭୁନାଥ ପାଣିଗ୍ରାହୀ ମଧ୍ୟ ନାମାଙ୍କନ ପତ୍ର ଘୋଷଣା କଲେ । ଏହା ଦ୍ୱାରା ଅସନ୍ତୋଷ ଏକ ପ୍ରକାର ବୃଦ୍ଧି ପାଇଛି । ଶମ୍ଭୁନାଥ ଜଣେ ଅନ୍ୟ ନିର୍ବାଚନ ମଣ୍ଡଳୀର ଲୋକ, ରାମକୃଷ୍ଣ ପଣ୍ଡା ଜଣେ ହିଂଜିଳି ନିର୍ବାଚନ ମଣ୍ଡଳୀର ଲୋକ । ଟିକେଟ ନେଇ ଏପରି କରିବାରୁ ପୁରା ହିଂଜିଳି ନିର୍ବାଚନ ମଣ୍ଡଳୀର ସମସ୍ତ ଯୋନ ସ୍ତରୀୟ ସଦସ୍ୟମାନେ ଶମ୍ଭୁନାଥ ପାଣିଗ୍ରାହୀଙ୍କୁ ସାହାର୍ଯ୍ୟ କରିବେନି ବୋଲି ସୂଚନା ଦେଇଛନ୍ତି । ଏହାସହ ଏହି ପାର୍ଥିଙ୍କ ପ୍ରଚାରରେ ସେହି ନିର୍ବାଚନ ମଣ୍ଡଳୀର କୌଣସି ଯୋନ ସ୍ତରୀୟ ସଦସ୍ୟ ଯୋଗ ଦେବେନି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାମକୃଷ୍ଣ ପଣ୍ଡା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା