ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପାଇଁ ଟ୍ରାନ୍ସପୋର୍ଟରେ ସମସ୍ତ ଯାତ୍ରୀବାହୀ ଓ ମାଲବାହି ବସ ମୋଟର ଯାନ ଆଦି ନିୟୋଜିତ ହୋଇଯାଇଥିବାରୁ ସାଧାରଣରେ ଲୋକେ ହସ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ବସ ଉପରେ ନିର୍ଭରଶୀଳ ବ୍ୟକ୍ତି ବିଶେଷ ତଥା ଘରୋଇ ଓ ସରକାରୀ କର୍ମଚାରୀ ମାନେ ନିୟମିତ ସମୟରେ ଯାତାୟତ ସେବା ପାଇପାରୁନଥିବା ବେଳେ ଓଭରଲୋଡିଂ ସମସ୍ୟାରୁ ନିସ୍ତାର ମିଳୁନଥିବା ଦେଖିବାକୁ ମିଳିଛି । ସେହିପରି କମ୍ ସଂଖ୍ୟକ ବସ ଚଳାଚଳ ହେଉଥିବାରୁ ଲୋକେ ବାଧ୍ୟ ହୋଇ ନିର୍ଭର ଯୋଗ୍ୟ ଯାତ୍ରୀବାହୀ ଗାଡିରେ ଯାଉଥିବାର ଚାପ ପଡୁଥିବାରୁ ବସ କର୍ମଚାରୀ ମାନେ ମଧ୍ୟ ଚାପରେ ଯାତ୍ରୀମାନଙ୍କୁ ନେଉଥିବା କହିଛନ୍ତି । କନ୍ଧମାଳ ଜିଲାରେ ମାଓ ଆକ୍ରମଣରେ ପୋଡାଜଳା ଘଟଣା ଘଟିବା ପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ ପରେ ପୋଲିଂ ପାର୍ଟି ଗାଡି ସବୁ କ୍ରମାୟନ୍ୱୟରେ ସେମାନଙ୍କ ଯାତାୟତ ନକ୍ସା ବଦଳାଇଥିବା ଜଣାପଡିଛି । ଶୁକ୍ରବାର ସକାଳୁ କନ୍ଧମା> ଜିଲାରେ ନିୟୋଜିତ ପୋଲିଂ ପାର୍ଟି ଗାଡି ସବୁରେ ଇଭିଏମ ଓ ଭିଭିପାଟ ବସ୍କ ନେଇ ପୋଲିଂ ପାର୍ଟି ଅଫିସର୍ ମାନେ ଗଜପତି ଭାୟା ମୋହନା ହୋଇ ଦିଗପହଣ୍ଡି ରାସ୍ତାରେ ଫେରିଥିବା ଦେଖିବାକୁ ମିଳିଛି । କଡା ସୁରକ୍ଷା ବଳୟରେ ଇଭିଏମ, ଭିଭିପାଟ୍ ସାଙ୍ଗକୁ ପୋଲିଂ ଅଫିସର୍ ମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷାରେ ନିଆଯାଉଥିବା ପରିଲକ୍ଷିତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା